ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କାଜଲ, ଜାଣନ୍ତୁ ସେ କିଏ


ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସିଂଘମ ଫେମ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଅଭିନେତ୍ରୀ କାଜଲଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ସରପ୍ରାଇଜ୍‌ ହୋଇଥିବାବେଳେ ଏକ ବଡ଼ ଖୁସି ଖବର ମିଳିଛି। କାଜଲଙ୍କ ପରିବାର ଲୋକେ ତାଙ୍କ ପାଇଁ ପୁଅ ଖୋଜୁଥିଲେ, ଏବେ ତାହା ଶେଷ ହୋଇସାରିଛି। ଖୁବ୍‌ ଶୀଘ୍ର କାଜଲ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି। କାଜଲ ମଧ୍ୟ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି। କାଜଲ ଅଗ୍ରୱାଲ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବେ।

View this post on Instagram

♾🙏🏻

A post shared by Kajal Aggarwal (@kajalaggarwalofficial) on

ସେ ଇଂଷ୍ଟାଗ୍ରାମରେ ଏହି ଗୁଡ଼୍‌ ନ୍ୟୁଜ୍ ସେୟାର କରିଛନ୍ତି। କାଜଲ ଏକ ପୋଷ୍ଟରେ କହିଛନ୍ତି କି, ଖୁବ୍‌ ଶୀଘ୍ର ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। କାଜଲ ଏହି ପୋଷ୍ଟରେ ବିବାହ ତାରିଖ ମଧ୍ୟ ଜରାଇଛନ୍ତି। କାଜଲ ପୋଷ୍ଟରେ ଲେଖିଛନ୍ତି କି, ଅକ୍ଟୋବର ୩୦ ତାରିଖରେ ସେ ମୁମ୍ବାଇରେ ବିବାହ କରୁଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହେବେ ଶୁଣିବାକୁ ମିଳୁଛି।


Share It

Comments are closed.