ରାଜନୀତିର ଅଙ୍କ କଷିବାକୁ ବିଜେପିର ହାତ ଧରିଲେ ସାଇନା


ବ୍ୟାଟମିଣ୍ଟନ କୋଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବା ପରେ ବର୍ତ୍ତମାନ ରାଜନୀତିରେ ପାଦ ଥାପିଛନ୍ତି ବ୍ୟାଟମିଣ୍ଟନ ଷ୍ଟାର ସାଇନା ନେହୱାଲ । ସେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିର ରାଷ୍ଟ୍ରିୟ ମହାସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।
ସାଇନାଙ୍କ ସହ ତାଙ୍କ ଭଉଣୀ ଚନ୍ଦ୍ରାଶୁଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ସେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର ମଇଦାନକୁ ମଧ୍ୟ ଓହ୍ଲାଇ ପାରନ୍ତି ।
ପ୍ରକାଶ ଥାଉକି, ସାଇନା ବ୍ୟାଟମିଣ୍ଟନରେ ଏଭଳି ଉପଲବ୍ଧି ହାସଲ କରିଛନ୍ତି, ଯାହାକୁ ପୂର୍ବରୁ କୌଣସି ଭାରତୀୟ ମହିଳା ବ୍ୟାଟମିଣ୍ଟନ ଖେଳାଳୀ ହାସଲ କରି ନାହାନ୍ତି । ୨୦୧୨ ଅଲମ୍ପିକରେ ସାଇନା ଭାରତ ପାଇଁ କାଂସ୍ୟ ପଦକ ଜିତି ଥିଲେ । ପୂର୍ବରୁ ଭାରତ ସରକାର ସାଇନାଙ୍କୁ ପଦ୍ମଶ୍ରୀ ଏବଂ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାରରେ ସମ୍ମାନୀତ ମଧ୍ୟ କରିସାରିଛନ୍ତି । ସାଇନାଙ୍କ ପୂର୍ବରୁ ପହିଲବାନ ବବିତା ପୋଗାଟ, ଏବଂ ଯୋଗେଶ୍ୱର ଦତ୍ତ ମଧ୍ୟ ବିଜେପିରେ ସାମିଲ ହୋଇ ସାରିଛନ୍ତି ।


Share It

Comments are closed.