ଭୂତ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ମହିଳା


ଆମେ ପ୍ରେମର ଅନେକ କାହାଣୀ ଶୁଣିଥିବୁ । ଅନେକ ସମୟରେ କେତେକ ନିଜ ପ୍ରେମକୁ ହାସଲ କରିବା ପାଇଁ ସାରା ଦୁନିଆ ସହ ଶତ୍ରୁତା କରିନେଇଥାନ୍ତି । ନିଜର ପ୍ରେମ (ପ୍ରେମିକ/ପ୍ରେମିକା) ଏ ଦୁନିଆ ଛାଡି ଚାଲିଯିବା ପରେ ମଧ୍ୟ ସେମାନେ ତା’କୁ ଭୁଲି ପାରନ୍ତି ନାହିଁ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ଜଣେ କେବେ ଭୂତର ପ୍ରେମରେ ପଡିପାରନ୍ତି, ଯିଏକି ଅନେକ ବର୍ଷ ପୂର୍ବ ମରି ସାରିଛନ୍ତି ।
ଆଜ୍ଞା ହଁ, ଆମେ ଆପଣଙ୍କୁ ଏପରି ଏକ ମହିଳାଙ୍କ ସଂପର୍କରେ କହିବାକୁ ଯାଉଛି, ଯିଏକି ଏକ ଭୂତକୁ ଭଲ ପାଇ ବସିଥିବାବେଳେ ତାଙ୍କୁ ପ୍ରକୃତରେ କେବେବି ଦେଖିନାହାନ୍ତି ମଧ୍ୟ । କେବଳ ଏତିକି ନୁହେଁ ମହିଳା ଜଣକ ସେହି ଜ୍ୟାକ ନାମକ ଏକ ଭୂତ ସହ ବିବାହ ମଧ୍ୟ କରିଛନ୍ତି । ଏହି ଅଜବ ଘଟଣା ଉତ୍ତର ଆୟରଲାଣ୍ଡର ଡାୟୋପେଟ୍ରିକରେ ଦେଖିବାକୁ ମିଳିଛି । ଏଠାରେ ରହୁଥିବା ୪୫ ବର୍ଷିୟା ଆମାଣ୍ଡା ଟିଗଙ୍କୁ ଏକ ଭୂତ ସହ ପ୍ରେମ ହୋଇଯାଇଛି । ପ୍ରଥମେ ପ୍ରଥମେ ସେହି ଭୂତ ସହ ଉକ୍ତ ମହିଳାଙ୍କ ପ୍ରେମ ସଂପର୍କ ଅନେକ ଦିନ ଯାଏଁ ଚାଲିଥିଲାବେଳେ ପରେ ଉଭୟ ପରସ୍ପରଙ୍କୁ ବିବାହ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଅମାଣ୍ଡ ଭଳି ବ୍ୟକ୍ତି ଯେଉଁ ଭୂତଙ୍କୁ ପ୍ରେମ କରୁଛନ୍ତି ତାଙ୍କର ମୃତ୍ୟୁ ପ୍ରାୟ ୩୦୦ ବର୍ଷ ପୂର୍ବରୁ ହୋଇ ସାରିଛି । ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କ ପ୍ରେମ (ପ୍ରେମିକ)କୁ କେବେବି ଦେଖି ନାହାନ୍ତି, କିନ୍ତୁ ସେ ଜଣେ ଜଳ ଦସ୍ୟୁ ଥିଲେ ଏବଂ ତାଙ୍କର ମୃତ୍ୟୁ ୧୭୦୦ ଦଶକରୁ ହୋଇ ସାରିଛି ।
ମହିଳାଙ୍କ କହିବା ମୁତାବକ ତାଙ୍କ ସ୍ୱାମୀ, ଫାଇରେଟର୍ସ ଅଫ କ୍ୟାରିବିୟାନର କ୍ୟାପଟେନ ଜ୍ୟାକ ସ୍ପ୍ୟାରୋଙ୍କ ଭଳି ଦେଖାଯାନ୍ତି । ଅମାଣ୍ଡ, ଜ୍ୟାକଙ୍କ ଛବିକୁ ତାଙ୍କ ପ୍ରକୃତ ପ୍ରେମିକ ଭାବି ବିବାହ କରିଛନ୍ତି ।


Share It

Comments are closed.