ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୬୬,୯୯୯ ନୂତନ ମାମଲା ଚିହ୍ନଟ, ୯୪୨ ଜଣଙ୍କର ମୃତ୍ୟୁ


ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମିତ ରୋଗୀଙ୍କ ନୂଆ ମାମଲା ଗୋଟିଏ ଦିନରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବୁଧବାର ଦିନ ୬୬,୯୯୯ ଟି ନୂଆ ମାମଲା ତିହ୍ନଚ ହୋଇଛନ୍ତି। ଏହା ହେଉଛି ଷଷ୍ଠ ଦିନ ଯେତେବେଳେ ୬୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ଅତିକ୍ରମ କରିଛି। କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୧୭ ଲକ୍ଷରେ ପହଂଚିଛି ଏବଂ ଯାଂଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି |

ଗୁରୁବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୯୪୨ ଜଣଙ୍କ ମୃତ୍ୟୁ ସଂଖ୍ୟା ୪୭,୦୩୩ କୁ ବୃଦ୍ଧି ପାଇଛି। ଦେଶରେ ସଂକ୍ରମଣ ମାମଲା ୨୩,୯୬,୬୩୭ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୬,୫୩,୬୨୨ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ୧୬,୯୫,୯୮୨ ଲୋକ ଚିକିତ୍ସା ପରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସଂକ୍ରମଣ କ୍ଷେତ୍ରରେ ବିଦେଶୀ ନାଗରିକମାନେ ମଧ୍ୟ ଜଡିତ ଅଛନ୍ତି।


Share It

Comments are closed.