ହେଲପଲାଇନ ନମ୍ବରରେ ଗରମ ସିଙ୍ଗଡ଼ାର ଡିମାଣ୍ଡ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା


ଉତ୍ତର ପ୍ରଦେଶ ସରକାର ଲକଡାଉନ ଦ୍ୱାରା ପ୍ରଭାବିତଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରିଛନ୍ତି । ରାଜ୍ୟର ସାହଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଏହି ହେଲପଲାଇନ ନମ୍ବର ଉଦ୍ଦିଷ୍ଟ ହୋଇଥିବାବେଳେ ରାମପୁର ପ୍ରଶାସନ ଅନେକ ସଂଖ୍ୟକ ମିଥ୍ୟା କଲ ମଧ୍ୟ ଗ୍ରହଣ କରି ଆସୁଛି । ନୀକଟରେ ଏଭଳି ଏକ ଅସାଧାରଣ କଲ ଆସିଥିଲା ଯାହାର ପରିଣତି ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିଛି ।

ଘଟଣାରୁ ପ୍ରକାଶ ଯେ ରାମପୁରର ଜଣେ ବ୍ୟକ୍ତି ଏହି ହେଲପଲାଇନ ନମ୍ବରକୁ କଲ କରି ତାଙ୍କ ଘର ପାହାନ୍ତାରେ ଗରମ ସିଙ୍ଗଡ଼ା ପହଞ୍‌ାଇବାର ଇଚ୍ଛା ପ୍ରକାଶ କରିଥିଲେ । ଏହି ବ୍ୟକ୍ତି ଜଣଙ୍କର ବାରମ୍ବାର କଲରେ ବିବ୍ରତ ହୋଇ ରାମପୁର ଜିଲ୍ଳା ମାଜିଷ୍ଟ୍ରେଟ ତାଙ୍କୁ ଏକ ଉଚିତ ଶିକ୍ଷା ଦେବାର ନିଷ୍ପତି ନେଇଥିଲେ ।

ସିଙ୍ଗଡ଼ା ମାଗୁଥିବା ଏହି ବ୍ୟକ୍ତିଙ୍କ ଠାରୁ ଏକାଧିକ କଲ ଗ୍ରହଣ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ପାଇଁ ସିଙ୍ଗଡ଼ା ପହଞ୍ଚାଇବାର ନିଷ୍ପତି ନେଲେ । କିନ୍ତୁ ଏହା ଏହି ପୁରା ଘଟଣାର ଅନ୍ତ ନ ଥିଲା । ଏହାପରେ ତାଙ୍କର ସିଙ୍ଗଡ଼ାର ବଦଳରେ ଆଞ୍ଚଳିକ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ସ୍ୱରୂପ ଉକ୍ତ ଅଞ୍ଚଳର ଡ୍ରେନ ସଫା କରାଇଲେ ।

ଟାଇମ୍‌ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରାମପୁର ହେଲପଲାଇନ ନମ୍ବର ଏହିଭଳି ଅନେକ କଲ ପାଇ ଆସୁଛି । ଏପରିକି ଗୋଟିଏ ଦିନ ପୂର୍ବରୁ କେହିଜଣେ ତାଙ୍କ ଘରେ ପିଜ୍ଜା ପହଞ୍‌ାଇବାର ମାଙ୍ଗ କରିଥଲେ । ଏହିସମସ୍ତ କଲରେ ଅତିଷ୍ଠ ହୋଇ ଥିବା ଡିଏମ ଅଞ୍ଜନେୟ କୁମାର ସିଙ୍ଗ କହିଛନ୍ତି ଯେ ତାଙ୍କୁ ସିଙ୍ଗଡ଼ା ପହଞାଚାଇବାକୁ ପଡ଼ିଲା । ସେ ଯାହା ହେଉ ଏହି ଅଚିହ୍ନା କଲରଙ୍କୁ କିଛି ସମାଜିକ କର୍ମ ମଧ୍ୟ କରାଗଲା ଯେଉଁଥିରେ ତାଙ୍କୁ ଡ୍ରେନ ସଫା କରିବା ପାଇ ବାଧ୍ୟ କରାଯାଇଥିଲା ।

ଏକ ଟ୍ୱିଟ ମାଧ୍ୟମରେ ଡିଏମ ଅନ୍ୟ ମାନଙ୍କୁ ଲକଡାଉନ ଭଳି ଜାତୀୟ ସମସ୍ୟା ସମୟରେ ଏହି ଭଳି ଅଯଥା କଲ କରିବା ଠାରୁ ଦୁରେଇ ରହିବା ପାଇଁ ଚେତାବନୀ ଦେଇଛନ୍ତି । ଯେତେବେଳେ ପୁରା ବିଶ୍ୱ କୋଭିଡ-୧୯ର ପ୍ରକୋପରୁ ରକ୍ଷା ପାଇବା ପାଇଁ ଜୀବନ ଓ ମୃତ୍ୟୁର ସଂଘର୍ଷ କରୁଛି ସେଭଳି ସମୟରେ ଏଭଳି ବ୍ୟକ୍ତିଙ୍କର କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ ଅଟେ ।


Share It

Comments are closed.