୨୯କୁ ଛୁଇଁଲା ଦେଶରେ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା


କରୋନା ଭୂତାଣୁ ସୋମବାର ଆଉ ୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୨୭ରୁ ବୃଦ୍ଧି ପାଇ ୨୯ରେ ପହଞ୍ଚିଛି। ସୋମବାର ପ୍ରାଣ ହରାଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଗୁଜରାଟର ଏବଂ ଅନ୍ୟ ଜଣେ ପଶ୍ଚିମବଙ୍ଗର। ଏହାବ୍ୟତୀତ ସୋମବାର ମଧ୍ୟାହ୍ନ ସୁଦ୍ଧା ଦେଶବ୍ୟାପୀ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୧୪୨ ଚିକିତ୍ସାଧୀନ ଥିବାବେଳେ ୧୦୨ ଜଣ ସୁସ୍ଥ ହୋଇଛନ୍ତି।


Share It

Comments are closed.