ରାହୁଲଙ୍କ ଇସ୍ତଫାକୁ ବିରୋଧ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ କଂଗ୍ରେସ କର୍ମୀ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ତାଙ୍କର ଜଣେ ପ୍ରଶଂସକ ଏକ ଅଦ୍ଭୂତ କାଣ୍ଡ ଘଟାଇଛନ୍ତି। ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ୟ୍ୟାଳୟ ସମ୍ମୁଖରେ ଥିବା ଏକ ଗଛରେ ଫାଶି ଲଗାଇ ରାହୁଲଙ୍କ ପ୍ରଶଂସକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ପତ୍ର ଫେରାଇ ନ ନେଲେ ମୁଁ ଗଛରେ ଟାଙ୍ଗି ହୋଇ ଜୀବନ ହାରି ଦେବି ବୋଲି ପ୍ରଶଂସକ ଜଣକ କହିଛନ୍ତି।
ରାହୁଲଙ୍କ ଏହି ପ୍ରଶଂସକଙ୍କର ଆତ୍ମହତ୍ୟା ଉଦ୍ୟମ ବେଳର ଫଟୋ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି। ପ୍ରଶଂସକ ଜଣକ ଏକ ନାଇଲନ୍ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋରେ ଦେଖିବାକୁ ମିଳିଛି। ଦେଖଣାହାରୀ, ପୁଲିସ୍ କର୍ମୀ ତାଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଛନ୍ତି। ସେଠାରେ ଥିବା ରାହୁଲଙ୍କର ଅଉ କିଛି ପ୍ରଶଂସକ ‘ରାହୁଲ୍ ଗାନ୍ଧୀ ଜିନ୍ଦାବାଦ୍’ ବୋଲି କହି ସ୍ଲୋଗାନ ଦେବାର ଦେଖିବାକୁ ମିଳିଛି।
Comments are closed.