ଭାରତରେ ଶୁଭାରମ୍ଭ ହେଲା ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସ

Share It

[vc_row][vc_column][vc_column_text]ନୋକିଆ ଫୋନର ଘରୋଇ କ୍ଷେତ୍ର, ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ କରାଯାଇଛି । ଏହିସବୁ ନୂତନ ସ୍ମାର୍ଟଫୋନ୍ ପକ୍ଷରୁ ଲୋକପ୍ରିୟ ଅଲ ସ୍କ୍ରିନ୍ ଡ଼ିଜାଇନ୍, ଉନ୍ନତ ପ୍ରଦର୍ଶନ ଏବଂ ସ୍ମାର୍ଟ ଏଆଇ ଇମାଜିନିଂ ବୈଶିଷ୍ଟ୍ୟ ତାହା ପୁଣି ଆକର୍ଷଣୀୟ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ଉଭୟ ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସ୍ ଭାରତରେ ସ୍ୱତନ୍ତ୍ରଭାବେ ଅନଲାଇନରେ ଏବଂ ଫ୍ଲିପକାର୍ଟ ଏବଂ ନୋକିଆ ଡ଼ଟ୍ କମ୍/ଫୋନରେ ଉପଲବ୍ଧ ହେବାକୁ ଯାଉଛି ।
ଏହି ପରିପ୍ରେକ୍ଷୀରେ ଏଚଏମଡ଼ି ଗ୍ଲୋବାଲ୍ ପକ୍ଷରୁ ଏହାର ମୂଖ୍ୟ ଉତ୍ପାଦ ଅଧିକାରୀ, ଜୁହୋ ସରଭିକାସ୍, କହିଛନ୍ତିଯେ, “ଆମର ଯାତ୍ରା ଆରମ୍ଭଠାରୁ, ଗ୍ରାହକମାନେ ନୋକିଆଠାରୁ ଆଶାକରୁଥିବା ଡ଼ିଜାଇନ୍, କଳାଶ÷ଳୀ, ଜ୍ଞାନକୌଶଳ ଅନୁଭୂତି ପ୍ରଦାନ କରିବା ପାଇଁ ଚେଷ୍ଟାରତ ଏବଂ ଆମ୍ଭେମାନେ ସର୍ବଦା ସ୍ୱଚ୍ଛ, ସୁରକ୍ଷିତ ଏବଂ ସଦ୍ୟ ଆଣ୍ଡ୍ରଏଡ଼୍ ପ୍ରଦାନ କରିବାରେ ଦୃଷ୍ଟିନିବେଶ କରିଛୁ । ଆଜି ଆମ୍ଭେମାନେ ଆମର ପ୍ରତିଶୃତିକୁ ଆଗକୁ ବଢାଇବାକୁଯାଇ ଦୁଇଟି ନୂତନ ସ୍ମାର୍ଟଫୋନ୍ – ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ କରିଛୁ, ଯାହାକି ଅତ୍ୟାଧୁନିକ ଯେପରକିି ଅଲ ସ୍କ୍ରିନ୍ ଡ଼ିଜାଇନ୍ ସହିତ ଗ୍ରାହକମାନେ ଆଶାକରୁଥିବା କେବଳ ନୋକିଆ ଗୁଣବତ୍ତା ପାଇପାରିବେ ।”[/vc_column_text][vc_single_image image=”4311″ img_size=”full” alignment=”center”][vc_column_text]ଏହି ଅବସରରେ ଏଚଏମଡ଼ି ଗ୍ଲୋବାଲ୍ ପକ୍ଷରୁ ଏହାର ଉପସଭାପତି ଏବଂ ଦେଶ ମୂଖ୍ୟ – ଭାରତ, ଅଜୟ ମେହେତା, କହିଛନ୍ତିଯେ, “ଆମ୍ଭମାନଙ୍କ ପାଇଁ ଭାରତୀୟ ଗ୍ରାହକମାନେ ହେଉଛନ୍ତି ଅଧିକ ଗୁରୁତ୍ୱପୁର୍ଣ୍ଣ । ନୋକିଆ ୬.୧ ପ୍ଲସ୍ ଏବଂ ନୋକିଆ ୫.୧ ପ୍ଲସର ଶୁଭାରମ୍ଭ ଆମ୍ଭମାନଙ୍କ ପାଇଁ ଭାରତରେ ଏକ ନୂତନ ମାଇଲଷ୍ଟୋନ୍ ପ୍ରତିଷ୍ଠା କରିବାରେ ଅଧିକ ଗୁରୁତ୍ୱପୁର୍ଣ୍ଣ । ଆଜି ଶୁଭାରମ୍ଭ ହୋଇଥିବା ଏହି ଫୋନ୍ ସହିତ ଆମ୍ଭେମାନେ ଆମର ଅନଲାଇନ୍ ଗ୍ରାହକ ଏବଂ ସେମାନଙ୍କର ଆବଶ୍ୟକତାକୁ ମେଣ୍ଟାଇପାରିବାରେ ସକ୍ଷମ ହୋଇପାରିବୁ ।”
ନୋକିଆ ୬.୧ ପ୍ଲସ୍ ଓ ନୋକିଆ ୫.୧ ପ୍ଲସ୍ ତିନୋଟି ରଙ୍ଗ ସହିତ ଆସୁଛି- ଗ୍ଲସ୍ ବ୍ଲାକ୍, ଗ୍ଲସ୍ ହ୍ୱାଇଟ୍ ଓ ଗ୍ଲସ୍ ମିଡ୍ ନାଇଟ୍ ବ୍ଲୁ । ଉଭୟ ନୋକିଆ ୬.୧ ପ୍ଲସ୍ ଓ ନୋକିଆ ୫.୧ ପ୍ଲସ୍ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ଉତ୍ପାଦ, ଯେଉଁଗୁଡ଼ିକ ନୋକିଆ.କମ୍/ଫୋନ୍ସ କିମ୍ବା ଫ୍ଲିପ୍କାର୍ଟରେ ଉପଲବ୍ଧ । ନୋକିଆ ୬.୧ ପ୍ଲସ୍ ଅଗଷ୍ଟ ୩୦ରୁ ମାତ୍ର ୧୫,୯୯୯ ଟଙ୍କାରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି । ଅଗଷ୍ଟ ୨୧ରୁ ପ୍ରଶଂସକମାନେ ଫ୍ଲିପ୍କାର୍ଟରେ ନୋଟିଫାଏ ମିଁକୁ ବ୍ୟବହାର କରିପାରିବେ କିମ୍ବା ନୋକିଆ.କମ୍ /ଫୋନ୍ସରେ ପ୍ରି ବୁକ୍ କରିପାରିବେ । ନୋକିଆ ୫.୧ ପ୍ଲସ୍ ସେପ୍ଟେମ୍ବରରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି ଏବଂ ଏହାର ମୂଲ୍ୟ ବିକ୍ରୟ ଆରମ୍ଭ ହେବାର ଅଳ୍ପ ସମୟ ପ୍ରର୍ବରୁ ଘୋଷଣା କରାଯିବ ।[/vc_column_text][vc_single_image image=”4313″ img_size=”full” alignment=”center”][/vc_column][/vc_row]


Share It

Comments are closed.