ଧୋନୀଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ ଲେଖିଲେ ବିରାଟ, କହିଲେ ‘ସେ ସବୁବେଳେ ମୋ ସହିତ ଅଛନ୍ତି’
ଧୋନି-ବିରାଟଙ୍କ ଯୋଡିକୁ କିଏ ବା ନଜାଣେ । ଧୋନି ଅଧିନାୟକ ସମୟରେ ଡେବ୍ୟୁ କରିଥିବା ବିରାଟ ଏବେ ବିଶ୍ୱର କ୍ରିକେଟ୍ର ଜଣେ ଶ୍ରେଷ୍ଠ ଖେଳାଳି । ସବୁବେଳେ ନିଜକୁ ଶ୍ରେଷ୍ଟ ଭାବେ ପ୍ରତିପାଦିତ କରିଛନ୍ତି ବିରାଟ । କିନ୍ତୁ ସମୟ ସମୟରେ ଧୋନିଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଥାନ୍ତି । ଏପିରିକି ସର୍ବସମ୍ମୁଖରେ ଧୋନିଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାନ୍ତିନାହିଁ । କିଛି ଦିନ ତଳେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ।
ବିରାଟ କୋହିଲ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଷ୍ଟୋରି ସେୟାର କରିଥିଲେ । ଯେଉଁଥିରେ ଏକ ଧୋନିଙ୍କ ଏକ ଫଟୋ ଚିତ୍ର ରହିଛି । ଫଟୋର କ୍ୟାପସନ୍ରେ ଲେଖିଥିଲା କି , ସେ ସବୁବେଳେ ମୋ ସହିତ ଅଛନ୍ତି । ଏପିରିକି ପାଣି ବୋତଲରେ ବି… । ଯାହାକୁ ନେଇ କ୍ରିକେଟ୍ ଫ୍ୟାନ୍ସ ଖୁବ୍ ମଜାଲିଆ କମେଣ୍ଟ ଦେଇଛନ୍ତି । କେହି କେହି ତ ଉଭୟଙ୍କ ଯୋଡିକୁ ମନେ ପକାଇ ଖୁବ୍ ପ୍ରଶଂସା କରିଛନ୍ତି ।
ସେହିପରି କିଛି ମାସ ତଳେ ଧୋନିଙ୍କୁ ନେଇ ବି ବଡ଼ବୟାନ ଦେଇଥିଲେ । ସେ କହିଥିଲେ କି, ମୁଁ ଯେତେବେଳେ ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲି । ସେତେବେଳେ କୌଣସି ଖେଳାଳି କି ଟିମ୍ ସହିତ ଜଡିତ ଲୋକ ମୋତେ ଫୋନ୍ କି ମେସେଜ୍ କରିନଥିଲେ । କେବଳେ ଧୋନି ଭାଇ ହିଁ ମୋତେ ଫୋନ୍ କରିଥିଲେ । ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି । କିନ୍ତୁ ସେମାନେ ଟିଭିରେ କଥା କହୁଥିବା ବେଳେ ଗୋଟିଏ ବି ହେଲେ ମେସେଜ୍ ଦେଇନଥିଲେ ।
ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆର ଅଧିନାୟକ ଥିବା ବେଳେ ବିରାଟ କୋହଲି ଡେବ୍ୟୁ କରିଥିଲେ । ଏହିକ୍ରମରେ ସେ ଦିନିକିଆ ବିଶ୍ୱକପ୍ ବିଜେତା ଟିମ୍ର ମଧ୍ୟ ସଦସ୍ୟ ଥିଲେ । ଏହାପରେ ଟିମ୍ ଇଣ୍ଡିଆର ଅନେକ ଟ୍ରଫି ବିଜୟୀରେ ବିରାଟଙ୍କ ଖୁବ୍ ଯୋଗଦାନ ରହିଥିଲେ । କିନ୍ତୁ କିଛି ବର୍ଷ ପରେ ଧୋନି ଯେତେବେଳେ ଟେଷ୍ଟ ଟିମ୍ରୁ ଅବସର ନେଇଥିଲେ । ସେତେବେଳେ ବିରାଟଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏବଂ ବିରାଟ ବି କହିଥିଲେ କି , ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଆମ ଜୀବନର କ୍ୟାପଟେନ୍ ।
Comments are closed.