ସିଙ୍ଗର ହନି ସିଂହଙ୍କର ହେଲା ଛାଡପତ୍ର
ପଞ୍ଜାବୀ ସିଙ୍ଗର ତଥା ରାପର ୟୋ ୟୋ ହନି ସିଂହ ଓ ତାଙ୍କ ପତ୍ନୀ ଶାଳିନୀ ତଲ୍ୱାରଙ୍କ ମଧ୍ୟରେ ହୋଇଛି ଛାଡପତ୍ର । ଦିଲ୍ଲୀର ସାକେତ ଡିଷ୍ଟ୍ରିକ୍ଟ କୋର୍ଟର ଫ୍ୟାମିଲି କୋର୍ଟ ୮ ସେପ୍ଟେମ୍ବରରେ ଏହି ମାମଲାର ଶୁଣାଣି କରିଛନ୍ତି। ଦୁହେଁ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଛାଡ଼ପତ୍ର ଚୁକ୍ତିନାମା ଅନୁସାରେ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ହନି ୧ କୋଟି ଟଙ୍କା ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ହନି ସିଂହଙ୍କ ନାମରେ ଶାଳିନୀ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଗୁରୁବାର ଦିନ ଦିଲ୍ଲୀର ସାକେତ୍ ଫାମିଲି କୋର୍ଟରେ ହନି ସିଂହ ଓ ଶାଳିନୀ ତଲ୍ୱାର୍ ପାରସ୍ପରିକ ରାଜିନାମାରେ ଛାଡପତ୍ର ଦେଇଥିଲେ। ବିଚାରପତି ବିନୋଦ କୁମାରଙ୍କ ଉପସ୍ଥିତିରେ ଶୁଣାଣି ଚାଲିଥିବା ବେଳେ ହନି ସିଂହ ମୁଦା ଲଫାପାରେ ଶାଳିନୀ ତଲ୍ୱାର୍ଙ୍କୁ ଭରଣପୋଷଣ ବାବଦକୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
୨୦୨୧ରେ ହନି ସିଂହଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆସିଥିଲେ ଶାଳିନୀ । ହନି ସିଂହ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶାଳିନୀଙ୍କ ତରଫରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। କ୍ଷତିପୂରଣ ବାବଦରେ ସେ ୨୦ କୋଟି ଟଙ୍କା ଦାବି କରିଥିଲେ। ହନି ସିଂହ ତାଙ୍କ ଠାରୁ ଠକେଇ କରି ଅର୍ଥ ନେଇଥିବା ନେଇ ଶାଳିନୀ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ମାମଲାର ବିଚାର କରି ଅଦାଲତ କୋର୍ଟ ବିଚ୍ଛେଦକୁ ମଞ୍ଜୁର କରିବା ସହ ଭରଣପୋଷଣ ବାବଦରେ ଶାଳିନୀଙ୍କୁ ୧ କୋଟି ଟଙ୍କା ପ୍ରଦାନ ପାଇଁ ହନି ସିଂହଙ୍କୁ ନିର୍ଦେଶ ଦେଇଥିଲେ। ଏହା ପୂର୍ବରୁ ଏକ ବାର୍ତ୍ତାରେ ହନି ସିଂହ ଦର୍ଶାଇଥିଲେ ଶାଳିନୀଙ୍କ ସହ ତାଙ୍କ ବୈବାହିକ ସମ୍ପର୍କ ୨୦ ବର୍ଷ ପୁରୁଣା। ଶାଳିନୀ ତାଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ। ଉଲ୍ଲେଖନୀୟ ଯେ, ବିବାହର ଦୀର୍ଘ ବର୍ଷ ପରେ ଦମ୍ପତ୍ତିଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଏବେ ଏହା ଛାଡପତ୍ରରେ ଶେଷ ହୋଇଛି ।
Comments are closed.