ରାହୁଲଙ୍କ ବଦଳରେ ଏଥର ଓପନିଂ କରିପାରନ୍ତି ବିରାଟ, କିଛି ଏପରି କହିଲେ ପୂର୍ବତ୍ତନ କ୍ରିକେଟର


ଏସିଆ କପ୍‌ ୨୦୨୨ରୁ ଟିମ୍ ଇଣ୍ଡିଆ ବାହାରିବା ପରେ ଭାରତୀୟ ଦଳର ନଜର ଏବେ  ଟି-୨୦ ବିଶ୍ବକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଉପରେ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇ ଟିମ୍ ବିପକ୍ଷରେ ସିରିଜ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଓପନର କେଏଲ ରାହୁଲଙ୍କ ସ୍ଥାନକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । କେତେକ ବରିଷ୍ଠ ଖେଳାଳୀ ତାଙ୍କ ସ୍ଥାନରେ ଏକ ଅନ୍ୟ ଖେଳାଳୀଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ।

ଟିମ୍ ଇଣ୍ଡିଆର ଓପନର କେଏଲ ରାହୁଲ ଏବଂ ରୋହିତ ଶର୍ମା ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ରହିଛନ୍ତି । ଏହି ଦୁଇ ଖେଳାଳୀ ପୂର୍ବ କିଛି ସମୟରୁ ଏହି ସ୍ଥାନରେ ଖେଳୁଛନ୍ତି । କିନ୍ତୁ ଏସିଆ କପ୍ ୨୦୨୨ର ଶେଷ ମ୍ୟାଚରେ କେଏଲ ରାହୁଲଙ୍କ ସହ ବିରାଟ କୋହଲୀ ପାଳିର ଆରମ୍ଭ କରିଥିଲେ ଏବଂ ଶତକୀୟ ପାଳି ମଧ୍ୟ ଖେଳିଥିଲେ । ଏହି ପାଳି ପରେ କେତେକ ମହାନ ଖେଳାଳୀ ବିରାଟ କୋହଲୀଙ୍କୁ ଟିମ୍‌ରେ ଓପନର ଭାବେ ଦେଖୁଛନ୍ତି । ଏହି ଲିଷ୍ଟରେ ଏବେ କ୍ରିକେଟର ହରଭଜନ ସିଂହଙ୍କ ନାମ ବି ଯୋଡ଼ି ହୋଇଯାଇଛି ।

ହରଭଜନ ସିଂହଙ୍କ କହିବା କଥା କି ଟି-୨୦କ୍ରିକେଟରେ ବିରାଟଙ୍କୁ ଓପନିଂ କରାଯିବା ଜରୁରୀ ଏବଂ କେଏଲ୍ ରାହୁଲ ତୃତୀୟ ସ୍ଥାନରେ ଖେଳିପାରିବେ । ହରଭଜନ ସିଂହ ଏକ ସାକ୍ଷାତକାର ଦେବା ସମୟରେ କହିଛନ୍ତି କି, ବିରାଟ କୋହଲୀ ଆରସିବି ଟିମ୍‌ର ଅଧିନାୟକତ୍ବ କରିବା ସମୟରେ ଓପନିଂ କରିଥିଲେ । ସେ ଓପନିଂ କରି ଆରସିବି ଲାଗି ଏକ ସିଜିନରେ ହିଁ ୯୨୧ରନ କରିଥିଲେ । ଏହି କାରଣରୁ ତାଙ୍କ ଲାଗି ଏହି ଭୂମିକା କିଛି ନୂଆ ନୁହେଁ । ଭାରତୀୟ ଟିମ୍‌କୁ ଦେଖିବାକୁ ହେବ କି ସେ କ’ଣ ଚାହୁଁଛନ୍ତି ।


Share It

Comments are closed.