ଅଲମ୍ପିକ୍ସ ୨୦୨୦: କ୍ୱାର୍ଟର ଫାଇନାଲରେ ଭାରତ-ଗ୍ରେଟ ବ୍ରିଟେନ ମଧ୍ୟରେ ହେବ ଲଢେଇ
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ପୁଲ-ଏ ର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ଭାରତ ୫-୩ ଗୋଲରେ ଆୟୋଜକ ଜାପାନକୁ ପରାସ୍ତ କରିଛି। ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ହୋଇଛି। ଭାରତ କ୍ୱାର୍ଟର ଫାଇନାଲ ମ୍ୟାଚ ରବିବାର ପୁଲ-ବି ର ତୃତୀୟ ସ୍ଥାନରେ ଥିବା ଗ୍ରେଟ୍ ବ୍ରିଟେନ ସହିତ ଖେଳିବ।
କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ ଜାପାନ ବିପକ୍ଷରେ ବିନା ଚାପରେ ପଡ଼ିଆକୁ ଓହ୍ଳାଇଥିଲା। ଦଳ ପକ୍ଷରୁ ଖେଳର ୧୨ ମିନିଟ୍ରେ ହରମାନ୍ପ୍ରୀତ ସିଂହ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ତଥା ଖେଳର ୧୭ ମିନିଟ୍ରେ ଭାରତ ପକ୍ଷରୁ ଗୁର୍ଜାଣ୍ଟ ସିଂହ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୧୯ ମିନିଟ୍ରେ ଜାପାନ ପକ୍ଷରୁ କେ ଟାଙ୍କା ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ଜାପାନ ପକ୍ଷରୁ ୩୩ ମିନିଟ୍ରେ ୱାଟ୍ନାବେ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ୩୪ ମିିନିଟ୍ରେ ଭାରତ ପକ୍ଷରୁ ସମସେର ସିଂହ ୩ୟ ଗୋଲ ଦେଇଥିଲେ। ତୃତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା। ଅନ୍ତିମ କ୍ୱାର୍ଟର ଶେଷ ୯ ମିନିଟ୍ରେ ୩ଟି ଗୋଲ ହୋଇଥିଲା। ଭାରତ ପକ୍ଷରୁ ୫ ମିନିଟ୍ରେ ନୀଳକଣ୍ଠ ଶର୍ମା ୪ର୍ଥ ଓ ୫୬ ମିନିଟ୍ରେ ଗୁର୍ଜାଣ୍ଟ ସିଂହ ୫ମ ଗୋଲ ଦେଇଥିଲେ। ୫୯ ମିନିଟ୍ରେ ଜାପାନ ପକ୍ଷରୁ ମୁରାଟା ତୃତୀୟ ଗୋଲ ଦେଇଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।
Comments are closed.