ପୁଣି ଟୋକିଓରେ ଇତିହାସ ରଚିଲା ଭାରତ, ଡିସକସ ଥ୍ରୋ ଫାଇନାଲରେ କମଲପ୍ରୀତ କୌର


ଟୋକିଓ ଅଲମ୍ପିକର ଡିସକସ ଥ୍ରୋ ଇଭେଣ୍ଟରେ ଭାରତର କମଲପ୍ରୀତ କୌର ଇତିହାସ ରଚି ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ ବିର କ୍ୱାଲିଫିକେସନ ରାଉଣ୍ଡରେ ନିଜର ତୃତୀୟ ପ୍ରୟାସରେ କୋମଲପ୍ରୀତ ୬୪ ମିଟର ସ୍କୋର କରି ଏହି ଇଭେଣ୍ଟରେ ପଦକ ଜିତିବାକୁ ନେଇ ସୁଯୋଗ ସୃଷ୍ଟି କରିଛନ୍ତି।
ସୂଚନାଯୋଗ୍ୟ, ୬୬.୫୯ ମିଟର ହେଉଛି କମଲପ୍ରୀତଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଯାହାକି ସେ ଜୁନରେ ଆୟୋଜିତ ଇଣ୍ଡିୟନ ଗ୍ରାଣ୍ଡ ପିକ୍ସରେ ବନାଇଥିଲେ। ଆଉ ଏବେ ଫାଇନାଲରେ ଯଦି ସେ ଏହି ପ୍ରଦର୍ଶନକୁ ଦୋହରାନ୍ତି ତେବେ ପଦକ ଜିତିବା ସୁନିଶ୍ଚିତ।


Share It

Comments are closed.