କାଶ୍ମୀରରେ ସେନାକୁ ବଡ ସଫଳତା, ପୁଲୱାମା ଆକ୍ରମଣରେ ସାମିଲ ଥିବା ଜୈଶର ଟପ ଆତଙ୍କବାଦୀ ନିହତ


ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ କନେକ୍ସନ ଥିବା ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । କଶ୍ମୀର ଜୋନ୍ ପୋଲିସ ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନୀ ଆତଙ୍କୀ ଲମ୍ବୁ ଆଜି ସଂଘର୍ଷ ବେଳେ ନିହତ ହୋଇଛି । ଅନ୍ୟ ଆତଙ୍କବାଦୀଙ୍କର ଚିହ୍ନଟ କରାଯାଉଛି । ଆଇଜିପି କଶ୍ମୀର ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସେନା ଓ ଅବନ୍ତିପୁରା ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁଯାୟୀ ଜୈଶର ସଂସ୍ଥାପକ ମାସୁଦ ଆଝାର ସହିତ ଲମ୍ବୁର ଖୁବ୍ ଭଲ ସମ୍ପର୍କ ଥିଲା । ୨୦୧୮ ରେ ଲମ୍ବୁ ଏଲଓସି ପାର କରି କଶ୍ମୀର ଆସିଥିଲା । ତା’ର ଆଉ ଏକ କୋଡ ନେମ୍ ହେଉଛି ସୈଫୁଲା । ଜୈଶ ନିଜର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କମାଣ୍ଡର କୋଡ୍‌ନେମ୍ ଦେଇଥାଏ । ପାକିସ୍ତାନର ପଞ୍ଜାବରେ ରହୁଥିବା ଅବୁ ସୈଫୁଲା ଓରଫ ଲମ୍ବୁ ୨୦୧୯ ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କ ଭିତରେ ଅନ୍ୟତମ । କୁହାଯାଉଛି ଯେ, ଆକ୍ରମଣରେ ବ୍ୟବହୃତ ହୋଇଥିବା ଆଇଆଇଡିକୁ ସେ ତିଆରି କରିଥିଲା।


Share It

Comments are closed.