ଅଲମ୍ପିକ୍ସକୁ ଉଦ୍‌ଘାଟନ କରିବେ ଜାପାନ ସମ୍ରାଟ ନାରୁହିତୋ

Share It

ଶୁକ୍ରବାର ଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ ଜାପାନ ସମ୍ରାଟ ନାରୁହିତୋ। ତେବେ ସାମ୍ରାଜ୍ଞୀ ମାସାକୋ ଉଦ୍‌ଘାଟନୀ ଉତ୍ସବକୁ ଆସିବେନାହିଁ। ପ୍ରାୟ ୧୦୦୦ ଅତି ମାନ୍ୟଗଣ୍ୟ ବ୍ୟକ୍ତି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୬୧ ବର୍ଷ ବୟସ୍କ ସମ୍ରାଟ ନାରୁହିତୋଙ୍କ କୌଣସି ରାଜନୈତିକ କ୍ଷମତା ନାହିଁ। ତେବେ ସେ ଜାପାନର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ । ନାରୁହିତୋ ଉଦ୍‌ଘାଟନୀ ଉତ୍ସବରେ ଭାଷଣ ଦେବେ କି ନାହିଁ; ତାହା ଜଣା ପଡ଼ିନାହିଁ। ସେ ଟୋକିଓ ଅଲିମ୍ପିକ୍‌ସର ସମ୍ମାନଜନକ ମୁଖ୍ୟ ପୃଷ୍ଠପୋଷକ।
ଗୁରୁବାର ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି)ର ସଭାପତି ଥମାସ୍ ବାକ୍‌ ଓ ଅନ୍ୟ ସଦସ୍ୟ ଗୁରୁବାର ରାଜପ୍ରାସାଦକୁ ଯାଇ ସମ୍ରାଟ ନାରୁହିତୋକୁ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ହେବାକୁ ଔପଚାରିକ ନିମନ୍ତ୍ରଣ ଦେବେ। ଶୁକ୍ରବାର ରାଜପ୍ରାସାଦରେ ସମ୍ରାଟ ନାରୁହିତୋ ବିଦେଶୀ ରାଜନେତା ଓ ଅତିଥିମାନଙ୍କୁ ଭୋଜିଦେବାର କାର୍ଯ୍ୟକ୍ରମ ରହିଛି। ନାରୁହିତୋଙ୍କ ପିତା ସମ୍ରାଟ୍‌ ଆକିହିତୋ ୧୯୯୮ ନାଗାନୋ ଶୀତକାଳୀନ ଅଲିମ୍ପିକ୍‌ସକୁ ଉଦ୍‌ଘାଟନ କରିଥିବା ବେଳେ ନାରୁହିତୋଙ୍କ ଜେଜେବାପା ସମ୍ରାଟ୍‌ ହିରୋହିତୋ ୧୯୬୪ ଟୋକିଓ ଅଲିମ୍ପିକ୍‌ସ ଓ ୧୯୭୨ ସାପୋରୋ ଶୀତକାଳୀନ ଅଲିମ୍ପିକ୍‌ସକୁ ଉଦ୍‌ଘାଟନ କରିଥିଲେ।


Share It

Comments are closed.