ଜାପାନକୁ ପରମାଣୁ ବୋମାର ଧମକ ଦେଲା ଚୀନ


ତାଇୱାନର ସାହାଯ୍ୟ କଲେ ପରମାଣୁ ବୋମା ଦ୍ୱାରା ଜବାବ୍ ଦିଆଯିବ…। ଜାପାକୁ ଏଭଳି ଧମକ ଦେଇଛି ଚୀନ୍। ବହୁ ସମୟରେ ଅନ୍ତର୍ଜାତୀୟ ସ୍ତରରେ ପରମାଣୁ ବୋମାର ବ୍ୟବହାର ନକରିବା କଥା କହୁଥିବା ଚୀନର ଦୋମୁହାଁ ନୀତି ଖୋଲାଖୋଲି ଭାବରେ ଏବେ ସାମନାକୁ ବସିଛି। କୁହାଯାଉଛି ଯେ, ଯଦି ତାଇୱାନର ସାହାଯ୍ୟ ଜାପାନ କରେ ତେବେ ପରମାଣୁ ବୋମା ଯୋଗେ ଆକ୍ରମଣ କରିବୁ। ରିପୋର୍ଟ ଅନୁସାରେ, ଏହି ଭିଡିଓ ଏକ ଚ୍ୟାନେଲରେ ପ୍ରସାରିତ କରାଯାଇଛି ଓ ସିସିପି ଏହର ସୂଚନା ଦେଇଛି। ଭିଡିଓରେ କୁହାଯାଇଛି ସବୁଠାରୁ ପ୍ରଥମେ ପରମାଣୁ ବୋମର ବ୍ୟବହାର କରିବୁ। ଆମେ ଲଗାତାର ପରମାଣୁ ବୋମାର ବ୍ୟବହାର କରିବୁ। ଭିଡିଓରେ ଆଗକୁ କୁହାଯାଇଛି ଯେ, ଆମେ ଏହା ସେ ପର୍ଯ୍ୟନ୍ତ କରିବୁ, ଯେଉଁ ପର୍ଯ୍ୟନ୍ତ ଜାପାନ ବିନା କୌଣସି ସର୍ତ୍ତରେ ଆତ୍ମସପର୍ମଣ ନକରିଛି।

ତାଇୱାନ ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ଏହି ଭିଡିଓ ଚୀନ୍ ପ୍ଲାଟଫର୍ମ Xigua ରେ ଦୁଇ ମିଲିୟନ ଭ୍ୟୁ ମିଳିବା ପରେ ଡିଲିଟ୍ କରିଦିଆଯାଇଛି। କିନ୍ତୁ ଏହି ଭିଡିଓର କପି ୟୁଟ୍ୟୁବ ଓ ଟ୍ୱିଟରରେ ଅପଲୋଡ୍ କରିଦିଆ ଯାଇଛି। ଚୀନ୍ ପକ୍ଷରୁ ପରମାଣୁ ଆକ୍ରମଣର ଏହି ଧମକ ସେତେବେଳେ ଦିଆଯାଇଥିଲା ଯେତେବେଳେ ଦୁଇ ସପ୍ତାହ ପୂର୍ବରୁ ଜାପାନ ତାଇୱାନର ସାର୍ବଭୌମତ୍ୟ ରକ୍ଷା କରିବା କଥା କହିଥିଲା। ଜାପାନର ପ୍ରଧାନମନ୍ତ୍ରୀ ଟାରୋ ଆସୋ କହିଥିଲେ, ଜାପାନକୁ ନିଶ୍ଚିତ ଭାବ​‌ରେ ତାଇୱାନକୁ ରକ୍ଷା କରିବା ଦରକାର। ସେ କହିଥିଲେ ତାଇୱାନରେ କୌଣସି ବଡ ଘଟଣା ଘଟିଲେ ତାହା ଜାପାନ ପାଇଁ ସାଧାରଣ ଘଟଣା ନୁହେଁ, ବିପଦ ବୋଲି ମନେକରାଯିବ। ଏଭଳି ସ୍ଥିତିରେ ଜାପାନ ଓ ଆମେରିକା ଏକାଠି ମିଶି ତାଇୱାନର ରକ୍ଷା କରିବାକୁ କାମ କରିବୁ।


Share It

Comments are closed.