ଦିନେ ରବି ଶାସ୍ତ୍ରୀଙ୍କ ପ୍ରେମରେ ପଡିଥିଲେ ଅମ୍ରିତା, ନିର୍ବନ୍ଧ ପରେ ସଂପର୍କରେ ଦେଖାଦେଲା ଫାଟ
୧୯୯୧ ମସିହାରେ ଅମୃତା ସିଂହଙ୍କ ସହ ସୈଫ ଅଲ୍ଲୀ ଖାନଙ୍କ ବାହାଘର ହୋଇଥିବାବେଳେ, ସେହି ସମୟରେ ଏହା ଖୁବ ଚର୍ଚ୍ଚିତ ବାହାଘର ଥିଲା । ଅମୃତା ନିଜ ଠାରୁ ୧୩ ବର୍ଷ ସାନ ସୈଫ ଅଲ୍ଲୀ ଖାନଙ୍କ ହାତ ଧରିଥିଲେ । କିନ୍ତୁ ସୈଫ ଅଲ୍ଲୀ ଖାନ, ଅମୃତାଙ୍କ ପ୍ରଥମ ପ୍ରେମ ନଥିଲା । ସେହି ସମୟରେ ଅମୃତା ଲୋକପ୍ରିୟ ଖେଳାଳୀ ରବି ଶାସ୍ତ୍ରିଙ୍କ ପ୍ରେମରେ ପଡିଥିଲେ । କେବଳ ଏତିକି ନୁହେଁ, ଉଭୟଙ୍କ ନିର୍ବନ୍ଧ ହୋଇସାରିଥିବାବେଳେ ବାହାଘର କିନ୍ତୁ ହୋଇ ପାରିନଥିଲା । ଯଦି ଏଭଳି ହୋଇଥାନ୍ତା ତେବେ ଶର୍ମିଲା ତାଗୋର ଏବଂ ମନଶୁର ଅଲ୍ଲୀ ଖାନ ପଟୋଦୀଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ ବଲିଉଡ ଏବଂ କ୍ରିକେଟ ଜଗତର ସଂପର୍କ ବହିରେ ରବି ଶାସ୍ତ୍ରୀ ଏବଂ ଅମୃତାଙ୍କ ଆଉ ଏକ ପୃଷ୍ଠା ଯୋଡି ହୋଇଥାନ୍ତା ।
୧୯୮୦ ଦଶକରେ ଉଭୟ ପରସ୍ପରର ନିକଟତର ହୋଇଯାଇଥିଲେ । ସେହି ସମୟରେ ରବି ଶାସ୍ତ୍ରି କ୍ରିକେଟ ପିଚରେ ଧମାଲ ମଚାଉଥିବାବେଳେ ଅନ୍ୟପଟେ ଅମୃତା ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେବାରେ ଲାଗିଥିଲେ । ଉଭୟ ନିଜ ପ୍ରେମକୁ ନ ଲୁଚାଇ ଏକ ମ୍ୟାଗାଜିନର କଭର ପେଜ ପାଇଁ ଫଟୋ ସୁଟ ମଧ୍ୟ କରାଇଥିଲେ । ଏହି ଫଟୋ ସୁଟ ସହ ଉଭୟ ଔପଚାରିକ ଭାବେ ନିଜ ସଂପର୍କକୁ ସ୍ୱୀକାର କରିଥିଲେ । ଶୁଣିବାକୁ ଏହା ମିଳୁଛି ଯେ, ୧୯୮୬ରେ ଉଭୟ ନିର୍ବନ୍ଧ କରି ସାରିଥିବାବେଳେ କିନ୍ତୁ ବିବାହ କରିପାରିନଥିଲେ ।
ସେହି ସମୟରେ ଉଭୟଙ୍କ ସଂପର୍କରେ ହଠାତ ଫାଟ ପଡିଥିଲା ଏବଂ ରବି ଶାସ୍ତ୍ରି କହିଥିଲେ ଯେ, “ମୁଁ ଜଣେ ଅଭିନେତ୍ରୀ ସ୍ତ୍ରୀ ଚାହୁଁ ନାହିଁ । ମୁଁ ଏଭଳି ଜଣେ ସ୍ତ୍ରୀ ଚାହୁଁଛି ଯିଏକି ସଂପୂର୍ଣ୍ଣ ପିଲା ଏବଂ ଘରକୁ ପ୍ରାଥମିକତା ଦେଇପାରିବେ ।” ଶାସ୍ତ୍ରୀଙ୍କ ଏହି ବୟାନର ଜବାବ ଦେଇ ଅମୃତା କହିଥିଲେ ଯେ, “ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ଭାବେ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ ଅଛି । କିନ୍ତୁ ନିଶ୍ଚିତ ଭାବରେ କିଛି ବର୍ଷ ପରେ ସଂପୂର୍ଣ୍ଣ ଭାବରେ ମା’ ଓ ସ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଅଛି । ”
ଏହା ପରେ ଉଭୟଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଶାସ୍ତ୍ରୀ ୧୯୯୦ରେ ରିତୁ ସିଂହଙ୍କୁ ବିବାହ କରିଥିବାବେଳେ ଅନ୍ୟପଟେ ଅମୃତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ ।
Comments are closed.