ଶ୍ରୀ ସିମେଂଟ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରୋଣାମ ପ୍ରକଳ୍ପ ପାଇଁ ସମର୍ଥନ


ଭୁବନେଶ୍ୱର: ଶ୍ରୀ ସିମେଂଟ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)ର ଏକ ଅଂଶଭାବେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରୋଣାମ ପ୍ରକଳ୍ପକୁ ସମର୍ଥନ କରି ଅଧିକ ସୁଦୃଢ କରିପାରିଛି । ଚଳଚିତ୍ର ନିର୍ଦ୍ଦେଶକ ଗୌତମ ଘୋଷ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ କଲିକତା ପୁଲିସ୍ କମିଶନର ଅନୁଜ ଶର୍ମାଙ୍କ ଦ୍ୱାରା ପ୍ରୋଣାମର ଏକ ସମ୍ପୂର୍ଣ୍ଣ ସୁସଜ୍ଜିତ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଛି । ପ୍ରୋଣାମ ପ୍ରକଳ୍ପ ହେଉଛି କଲିକତାର ବରିଷ୍ଠ ନାଗରିକମାନଙ୍କ ପାଇଁ ଭାରତରେ ଏକ ସ୍ୱତନ୍ତ୍ର ସମୁଦାୟ-ସେବା ମଡେଲ । ପ୍ରୋଣାମ ପ୍ରକଳ୍ପକୁ ସହରରେ ଥିବା ବେସରକାରୀ ସଂଗଠନ (ଏନ୍‌ଜିଓ) ଦି ବେଙ୍ଗଲ ସହିତ କଲିକତା ପୁଲିସ୍‌ର ସହଭାଗିତାରେ ପରିଚାଳନା କରାଯାଉଛି ଏବଂ ଶ୍ରୀ ସିମେଂଟ୍ ୨୦୧୦ରେ ଏହାର ଆରମ୍ଭ ପରଠାରୁ ଏହାକୁ ସମର୍ଥନ କରିଆସୁଛି । ପ୍ରୋଣାମରେ ବର୍ତମାନ ସୁଦ୍ଧା ପ୍ରାୟ ୨୦,୦୦୦ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି ଏବଂ ଏହାର ପରିସରକୁ ସମ୍ପ୍ରସାରିତ କରିବା ଓ ଅଧିକରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ପ୍ରକଳ୍ପରେ ସାମିଲ କରିବା ପାଇଁ ଏକ ବୃହତ୍ ଚାହିଦା ମଧ୍ୟ ରହିଛି । କରୋନା ସମୟରେ ପ୍ରୋଣାମର ସ୍ୱେଚ୍ଛାସେବୀମାନେ ସହରରେ ଏକା ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଔଷଧ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ ।
ଏହି ଅବସରରେ ଦି ବେଙ୍ଗଲର ଅଧ୍ୟକ୍ଷ ଓ ଶ୍ରୀ ସିମେଂଟ୍‌ର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପପତି ହରି ମୋହନ ବାଙ୍ଗୁର କହିଛନ୍ତିଯେ, “ବିଗତ ବର୍ଷଗୁଡିକରେ ପ୍ରୋଣାମ ପ୍ରକଳ୍ପ ଅଧିକ ବିକଶିତ ହୋଇଛି ଏବଂ ସୁରକ୍ଷା ଓ ନୈତିକ ସହାୟତା ପ୍ରଦାନକରି ସହରର ବରିଷ୍ଠ ନାଗରିକମାନଙ୍କ ନିକଟରେ ପହଂଚିଛି । କରୋନା ମହାମାରୀ ସମୟରେ ପ୍ରୋଣାମର କର୍ମଚାରୀମାନେ କଲିକତା ପୁଲିସ୍ ସହଯୋଗରେ ଏହି ବରିଷ୍ଠ ନାଗରିକମାନଙ୍କ ସହ ଦୃଢତାର ସହ ଠିଆ ହୋଇଥିଲେ ।’ ସେହିପରି ପୁଲିସ କମିଶ୍‌ନର, ଅନୁଜ ଶର୍ମା କହିଛନ୍ତିଯେ, “ବରିଷ୍ଠ ନାଗରିକଙ୍କ ପାଇଁ ଏହି ନୂତନ କାର୍ଯ୍ୟାଳୟ କିମ୍ବା ଏମର୍ଜେନ୍ସି କୋଅର୍ଡିନେସନ ରୁମ୍ ସହରରେ ବୟସ୍କ ବ୍ୟକ୍ତିମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଲାଗୁଥିବା ସମୟ ହ୍ରାସ କରିବାରେ ସାହାଯ୍ୟ କରିବ । କଲିକତା ପୁଲିସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ କଲ୍ କରି ନିଜ ସମସ୍ୟା ଜଣାଇବା ଲାଗି ଏକ ସମର୍ପିତ ବରିଷ୍ଠ ନାଗରିକ ହେଲ୍ପଲାଇନ୍ ନମ୍ବର ରହିଛି । ଏହି ପ୍ରୋଣାମ କାର୍ଯ୍ୟାଳୟ ୦୩୩୨୪୧୯୦୭୪୦ ହେଲ୍ପଲାଇନ୍ ନମ୍ବର ସହିତ ୨୪ ଘଂଟା କାର୍ଯ୍ୟ କରୁଛି । ମୁଁ ଖୁସି ଯେ, ପ୍ରୋଣାମର ଏବେ ଏକ ଅତିରିକ୍ତ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ କାର୍ଯ୍ୟାଳୟ ରହିଛି । ପ୍ରୋଣାମ ବର୍ଷ ସାରା ବରିଷ୍ଠ ନାଗରିକଙ୍କ ପାଇଁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରୁଛି । ସଦସ୍ୟତା ଚାହୁଁଥିବା ବରିଷ୍ଠ ନାଗରିକମାନଙ୍କଠାରୁ ପ୍ରୋଣାମ ପ୍ରତି ମାସରେ ହାରାହାରି ୧୦୦୦ ଆବେଦନ ଗ୍ରହଣ କରୁଛି ।


Share It

Comments are closed.