ପରାଜୟ ପରେ ଭାରତ ଲାଗିଲା ବଡ ଝଟକା, ଇଂଲଣ୍ଡ ହେଲା ୧ ନମ୍ବର


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୨୭ରେ ପରାଜୟ ବରଣ କରିଥିବାବେଳେ ଏହି ପରାଜୟ ସହ ଦଳ ଆଇସିସି ୱାର୍ଲଡ ଟେଷ୍ଟ ଚ୍ୟାମ୍ପିଆନସିପରେ ଚତୁର୍ଥ ସ୍ଥାନକୁ ଖସି ଆସିଛି । ସେପଟେ ଇଂଲଣ୍ଡ ସବୁଠାରୁ ଉପରକୁ ଚାଲି ଯାଇଛି । ପଏଣ୍ଟ ଟେବୁଲ ଅନୁଯାୟୀ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ପୂର୍ବରୁ ଆଇସିସି ଟେଷ୍ଟ ଚ୍ୟାମ୍ପିଆନସିପ ଫାଇନାଲରେ ସ୍ଥାନ ହାସଲ କରିସାରିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ କେହି ଜଣେ ଫାଇନାଲରେ ନିଜ ସ୍ଥାନ ସଂରକ୍ଷଣ କରିବା ପାଇଁ ଚେଷ୍ଟା କରିବ ।


Share It

Comments are closed.