କରୋନା ଟୀକାକରଣ ଅଭିଯାନ ଆରମ୍ଭ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆଙ୍କୁ ଦିଆଗଲା ଟିକା
କରୋନା ଭାଇରସ ବିରୋଧରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ୧୬ ଜାନୁଆରୀ ଶନିବାର ଠାରୁ ଭାରତରେ ଆରମ୍ଭ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଟୀକାକରଣ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଥିଲା। ସକାଳ ୧୦:୩୦ ରୁ ସାରା ଦେଶରେ ହିତାଧିକାରୀଙ୍କୁ କରୋନା ଟିକା ବଣ୍ଟନ ଆରମ୍ଭ ହୋଇଯାଇଛି | ଏହି ଅଭିଯାନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋ-ୱିନ୍ ଆପ୍ ମଧ୍ୟ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ।
ଏହା ମଧୟରେ ଦିଲ୍ଲୀ AIIMS ର ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆଙ୍କୁ AIIMS ରେ କୋଭିଡ -19 ଟିକା ଦିଆଯାଇଛି ।
AIIMS Director Dr Randeep Guleria receives COVID-19 vaccine jab at AIIMS, Delhi. pic.twitter.com/DI56is2Ya3
— ANI (@ANI) January 16, 2021
କୋଭିଡ -୧୯ ଟିକା ପାଇଁ ପ୍ରଥମ ଟିକା ଦିଲ୍ଲୀ AIIMS ରେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଗଲା | ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।
Delhi: A sanitation worker becomes the first person to receive COVID-19 vaccine jab at AIIMS. Union Health Minister Harsh Vardhan is also present. pic.twitter.com/iDIVIKqvEi
— ANI (@ANI) January 16, 2021
ଦେଶବାସୀଙ୍କୁ ସମ୍ବୋଧନବେଳେ ଭାବବିହ୍ବଳ ହୋଇପଡ଼ିଲେ ମୋଦୀ
ସମ୍ବୋଧନ ବେଳେ ପ୍ରଧନମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ । ସେ କହିଥିଲେ ଯେ, ଅନେକ ସ୍ୱାସ୍ଥ୍ୟକର୍ମୀ ନିଜ ପରିବାରଠୁ ଦୂରରେ ରହିଥିଲେ । ଅନେକଦିନ ଧରି ଘରକୁ ଯାଇନଥିଲେ । ଏପରି ଶତାଧିକ କର୍ମୀ ଅଛନ୍ତି ଯେଉଁମାନେ ଆଉ ଘରକୁ ଫେରିନତିଲେ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ବଳିଦାନ ଦେଇଥିଲେ । କିନ୍ତୁ ସମସ୍ତେ ଏକଜୁଟ ହୋଇ ମହାମାରୀର ମୁକାବିଲା କରିଥିଲେ । ଜନତା କର୍ଫ୍ୟୁ, ଲକଡାଉନ୍ ଓ ସଟଡାଉନକୁ ଦେଶବାସୀ ପାଳନ କରିଥିଲେ । ଏହି ସମୟରେ ମାନବିକାତ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଫଳରେ କରୋନା ମୁକାବିଲା ସହଜ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
#WATCH | PM Narendra Modi gets emotional while talking about the hardships faced by healthcare and frontline workers during the pandemic. pic.twitter.com/B0YQsqtSgW
— ANI (@ANI) January 16, 2021
Comments are closed.