ନୂତନ ଷ୍ଟ୍ରେନ୍ ଆଲର୍ଟ ମଧ୍ୟରେ କରୋନା କାରଣରୁ ୨୫୧ ମୃତ୍ୟୁ, ୩ ଲକ୍ଷରୁ କମ୍ ସକ୍ରିୟ ମାମଲା
ଦେଶରେ କରୋନା ମାମଲାରେ ହ୍ରାସର ଧାରା ଜାରି ରହିଛି। କ୍ରମାଗତ ଷଷ୍ଠ ଦିନ ପାଇଁ ଦେଶରେ ୨୫,୦୦୦ ରୁ କମ୍ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ବିଷୟରେ କହିବାକୁ ଗଲେ ଶନିବାର ଦିନ ଦେଶରେ ୨୨,୨୭୨ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଂଟାରେ କରୋନାରେ ୨୫୧ ଜଣ ମୃତ୍ୟୁବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୭,୩୪୩ କୁ ବୃଦ୍ଧି ପାଇଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୬୯,୧୧୮ ରେ ପହଞ୍ଚିଛି। ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷରୁ ଅଧିକ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୨୭୪ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
With 22,272 new #COVID19 infections, India's total cases rise to 1,01,69,118
With 251 new deaths, toll mounts to 1,47,343 . Total active cases at 2,81,667
Total discharged cases at 97,40,108 with 22,274 new discharges in the last 24 hours. pic.twitter.com/NmkqV0UTRk
— ANI (@ANI) December 26, 2020
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ୨୫ ଡିସେମ୍ବର ସୁଦ୍ଧା କରୋନା ଭାଇରସର 16 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।
ଦେଶରେ ପଜିଟିଭ ହାର ୭ ପ୍ରତିଶତ ରହିଛି| କରୋନା ଭାଇରସର ସକ୍ରିୟ ମାମଲାର ୪୦ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ର ଅଟେ। ଏଥି ସହିତ ଦେଶରେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୬ ପ୍ରତିଶତ ରହିଛି। ଏଥିସହ କରୋନା ସକ୍ରିୟ ମାମଲା ହାର ତିନି ପ୍ରତିଶତରୁ କମ୍ ରହିଛି ।
ସକ୍ରିୟ ମାମଲା ଆଧାରରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, କରୋନାରୁ ମୃତ୍ୟୁ ସଂଖ୍ୟାକୁ ନେଇ ଆମେରିକା ଏବଂ ବ୍ରାଜିଲ ପରେ ରହିଛି ଭାରତ ।
Comments are closed.