ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରେ ଅଲଆଉଟ୍


ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଟେଷ୍ଟର ପ୍ରଥମ ଇନିଂସରେ ଘରୋଇ ଦଳ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ୧୯୫ରେ ଅଲଆଉଟ୍ ହୋଇଯାଇଛି । ମ୍ୟାଚ୍ ଆରମ୍ଭରୁ ପ୍ରଥମ ଇନିଂସ ଶେଷ ଯାଏଁ ଭାରତୀୟ ବୋଲର କଙ୍ଗାରୁ ବ୍ୟାଟସମ୍ୟାନଙ୍କୁ ବାନ୍ଧିକରି ରଖିଥିଲେ ।

ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳର ଓପନର ଜୋଏ ବର୍ଣ୍ଣସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ମାଥ୍ୟୁ ଓ୍ୱାଡେ ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୦, ଟ୍ରାଭିସ୍ ହେଡ୍ ୩୮, କ୍ୟାମେରନ୍ ଗ୍ରୀନ୍ ୧୨ ଓ ଟିମ୍ ପେନ୍ ୧୩ ରନ୍ କରି ଆଉଟ୍ ହୋଇଥିଲେ । ଚା’ ବିରତି ବେଳକୁ ଅଷ୍ଟ୍ରେଲିଆ ୫ଟି ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ସେହିପରି ମିଚେଲ୍ ଷ୍ଟାର୍କ ୭, ନାଥାନ ଲାୟନ ୨୦ କରି ଆଉଟ୍ ହୋଇଥିଲେ ।

ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ଅଷ୍ଟ୍ରେଲିଆ ଟିମ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୪ ଓ୍ୱିକେଟ୍ ନେଇଥିବା ବେଳେ ଆର ଅଶ୍ୱିନ ତିନୋଟି, ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ଶିକାର କରିଥିଲେ ।

ଶେଷ ଖବର ସୁଦ୍ଧା ଭାରତ ପ୍ରଥମ ଇନିଂସରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇ ସାରିଛି । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଛନ୍ତି । କ୍ରିଜରେ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରୁଛନ୍ତି ।


Share It

Comments are closed.