ବାବା ରାମଦେବଙ୍କୁ ହାତୀ ଉପରେ ବସି ଯୋଗ କରିବା ପଡିଲା ମହଙ୍ଗା, ଖସି ପଡିଲେ ତଳକୁ
ଯୋଗ ଗୁରୁ ବାବା ରାମଦେବ ହାତୀ ଉପରେ ବସି ଯୋଗ ଅଭ୍ୟାସ କରିବା ବେଳେ ତଳେ ପଡ଼ି ଯାଇଛନ୍ତି। ଅବଶ୍ୟ ତାଙ୍କୁ କିଛି ଆଘାତ ଲାଗି ନାହିଁ। ଏହାର ଏକ ଭିଡ଼ିଓ କିନ୍ତୁ ଏବେ ଭାଇରାଲ ହେଉଛି। ସୋମବାର ମଥୁରାର ରମଣରେତୀ ଆଶ୍ରମରେ ବାବା ସନ୍ଥମାନଙ୍କୁ ଯୋଗ ଶିଖାଇବା ବେଳେ ଏମିତି ଏକ ଅଘଟଣ ଘଟିଛି।
ସେ ଗତକାଲି ଶରଣାନନନ୍ଦ ମହାରାଜଙ୍କ ଆଶ୍ରମରେ ସନ୍ଥଙ୍କୁ ଯୋଗ ଶିଖାଉ ଥିଲେ। ମଞ୍ଚ ଉପରେ ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବାବା ରାମଦେବ ହାତୀ ଉପରେ ଯୋଗ ଆସନ କରିଥିଲେ। ଆଜି ଏହାର ୨୨ ସେକେଣ୍ଡର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ତେବେ ହାତୀ ଉପରେ ବାବା ବସି ଯୋଗ କରୁଥିଲେ। ଅଚାନକ ହାତୀ ହଲିଯିବାରୁ ବାବା ସନ୍ତୁଳନ ରକ୍ଷା କରି ନ ପାରି ପଡ଼ିଯାଇଛନ୍ତି।
ସୂଚନା ଯୋଗ୍ୟ ଯୋଗାଭ୍ୟାସ ଉପକାରିତା ସମ୍ପର୍କରେ ସେ ସାଧୁସନ୍ଥକୁ ବୁଝାଉଥିଲେ। ଅନୁଲୋମ-ବିଲୋମ ସମେତ ଅନେକ ଯୋଗ କରିବାକୁ ସେ ପରାମର୍ଶ ଦେଇ ଥିଲେ।
Comments are closed.