ଦେଶ୍ କି ସାନ୍‌’- ମାରୁତି ସୁଜୁକି ଅଲ୍‌ଟୋ


ଭୁବନେଶ୍ୱର: ୪୦ ଲକ୍ଷରୁ ଅଧିକ ଭାରତୀୟ ପରିବାରକୁ ଗର୍ବର ଏକ ଭାବନା ସହିତ ସଶକ୍ତ କରି ଭାରତର ଲୋକପ୍ରିୟ କାର୍‌- ଅଲ୍‌ଟୋ ଗର୍ବର ସହିତ ୨୦ ବର୍ଷର ଅତୁଳନୀୟ ଶିଳ୍ପ ମାନଦଣ୍ଡ ଧାର୍ଯ୍ୟ କରିବାର ଉତ୍ସବ ପାଳନ କରୁଛି । ଅଲ୍‌ଟୋ ପରିବାରଗୁଡିକର ଅତି ପ୍ରିୟ ଏହି କିମ୍ବନ୍ଦନ୍ତୀ ଅଲ୍‌ଟୋ ଏକ ଆଇକୋନିକ୍ ବ୍ରାଣ୍ଡ୍‌ର ପ୍ରମାଣ ଯାହା ଯୁବ ଭାରତର ପରିବର୍ତିତ ଆକାଂକ୍ଷା ସହିତ ନିଜକୁ ବିକଶିତ କରିଛି । ମାରୁତି ସୁଜୁକି ଅଲ୍‌ଟୋ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକାଧିକ ପରିବର୍ତନ ଓ ଅପ୍‌ଗ୍ରେଡ୍‌ର ସାମ୍‌ନା କରିଛି ଯାହାକି ଏହାକୁ ଆହୁରି ଅଧିକ ସମସାମୟିକ, ଫିଚର ଲୋଡେଡ୍ ଓ ଗ୍ରାହକଙ୍କ ବିକଶିତ ଆବଶ୍ୟକତା ପାଇଁ ସମାନ୍ତରାଳ କରିଛି । ଅଲ୍‌ଟୋ ପାଇଁ ବିଜୟୀ ପ୍ରସ୍ତାବ ହେଉଛି ଏହାର କମ୍ପାକ୍ଟ କ୍ୟାପ୍ଟିଭେଟିଙ୍ଗ୍ ଡିଜାଇନ୍‌, ସହଜ ସଂଚାଳନ, ଉଚ୍ଚ ଇନ୍ଧନ ଦକ୍ଷତା, ଅପ୍‌ଗ୍ରେଡେଡ୍ ସୁରକ୍ଷା, ଆରାମଦାୟକ ଫିଚର ଓ ସ୍ୱଳ୍ପ ମୂଲ୍ୟର ଅଧିଗ୍ରହଣର ଏକ ସ୍ୱତନ୍ତ୍ର ମିଶ୍ରଣ । ବର୍ତମାନ ଅଲ୍‌ଟୋ ଆକଂକ୍ଷିତ ଏଂଟ୍ରି କାର୍ ବାୟର୍‌ଙ୍କ ପାଇଁ ପ୍ରିମିୟମ ଫିଚର ଯେପରିକି ଟଚ୍‌ସ୍କ୍ରିନ୍ ସ୍ମାର୍ଟପ୍ଲେ ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ, ଇବିଡି ସହିତ ଏବିଏସ୍‌, ଡୁଆଲ ଟୋନ୍ ଇଂଟେରିୟର, ଡୁଆଲ ଏୟାରବ୍ୟାଗ୍‌ଆଦି ପ୍ରଦାନ କରୁଛି ।

ଏହି ମାଇଲଖୁଂଟ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ମାର୍କେଟିଙ୍ଗ୍ ଓ ବିକ୍ରି), ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, “ଗତ ଦୁଇ ଦଶନ୍ଧି ମଧ୍ୟରେ ଅଲ୍‌ଟୋ ଭାରତତର ଯୋଗାଯୋଗର ମାଧ୍ୟମକୁ ପରିବର୍ତନ କରିଛି । ଏହା ଗତ ୧୬ ବର୍ଷ ହେବ ଲଗାତର ଦେଶର ନମ୍ବର ୱାନ ବିକ୍ରି କାର୍ ଭାବେ ସ୍ଥାନିତ ହୋଇଆସୁଛି ଓ ଲୋକଙ୍କ ହୃଦୟ ଜିତିବା ଜାରି ରଖିଛି ଏବଂ ଭାରତୀୟ କାର୍ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟ ପ୍ରସ୍ତାବ ସହିତ ଆଶ୍ଚର୍ଯ୍ୟ କରିଛି । ଅଲ୍‌ଟୋ ଆଜି, ୪୦ ଲକ୍ଷରୁ ଅଧିକ ସୁଖୀ ଗ୍ରାହକଙ୍କ ସହିତ ଏହା ପ୍ରତ୍ୟେକ ଅପ୍‌ଗ୍ରେଡ୍ ସହିତ ନିଜର ଆବେଦନକୁ ମଜଭୁତ କରିଛି । ଆମେ ଦେଖିଛୁ ଯେ, ୨୦୧୯-୨୦ରେ ପ୍ରାୟ ୭୬% ଅଲ୍‌ଟୋ ଗ୍ରାହକ ଏହାକୁ ନିଜର ପ୍ରଥମ କାର୍ ଭାବେ ଚୟନ କରିଛନ୍ତି ଯାହାକି ଚଳିତ ବର୍ଷ ପାଇଁ ୮୪%କୁ ବୃଦ୍ଧି ପାଇଛି । ବର୍ତମାନ ବ୍ରାଣ୍ଡ ଅଲ୍‌ଟୋ ଉପଯୁକ୍ତ ଭାବେ ‘ଦେଶ୍ କି ସାନ୍‌’ ଭାବେ ସ୍ଥାନିତ ହୋଇଛି, କାରଣ ଏହା ନିଜର ୪୦ ଲକ୍ଷ ଗ୍ରାହକ ଆଧାର ମଧ୍ୟରେ ଗର୍ବର ଏକ ଶକ୍ତିଶାଳୀ ଭାବନା ସୃଷ୍ଟି କରିଛି, ଏହା ଏକ ଶୀଖର, ଯାହାକୁ ଭାରତର ଅନ୍ୟ କୌଣସି କାର୍ ଦ୍ୱାରା ତୁଳନା କରାଯାଇପାରିବ ନାହିଁ ।”

ଅଲ୍‌ଟୋ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଶୁଭାରମ୍ଭ ହୋଇଥିଲା ଏବଂ ୨୦୦୪ ବେଳକୁ ଏହା ଦେଶର ନମ୍ବର ୱାନ୍ ସେଲିଙ୍ଗ୍ କାର୍‌ରେ ପରିଣତ ହୋଇଥିଲା । ୨୦୦୮ ବେଳକୁ ଅଲ୍‌ଟୋ ୧୦ ଲକ୍ଷ ସୁଖୀ ଗ୍ରାହକ ପରିବାରର ଅଂଶ ହେବାର ମାଇଲ୍‌ଖୁଂଟ୍ ଛୁଇଁଥିଲା । ୨୦ ଲକ୍ଷ ବିକ୍ରିର ପରବର୍ତୀ ମାଇଲ୍‌ଖୁଂଟ୍‌କୁ ଏହା ୨୦୧୨ରେ ଅତିକ୍ରମ କରିଥିଲା ବେଳେ ୩୦ ଲକ୍ଷ ବିକ୍ରି ମାଇଲ୍‌ଖୁଂଟ୍‌କୁ ୨୦୧୬ରେ ଅତିକ୍ରମ କରଇଥିଲା । ନିକଟରେ ଅଗଷ୍ଟ ୨୦୨୦ରେ ଅଲ୍‌ଟୋ ଉଲ୍ଲେଖନୀୟ ୪୦ ଲକ୍ଷ ବିକ୍ରି ସଂଖ୍ୟାକୁ ଅତିକ୍ରମ କରିଛି । ଅଲ୍‌ଟୋର ଅତୁଳନୀୟ ଜନ ସ୍ୱୀକୃତି ଏହାକୁ ଲଗାତର ୧୬ ବର୍ଷ ହେବ ପ୍ରତିବର୍ଷ ଉଚ୍ଚ ପ୍ରତିଯୋଗିତାମୂଳକ ଯାତ୍ରୀବାହୀ କାର୍ ବର୍ଗରେ ସର୍ବବୃହତ୍ ବିକ୍ରି ମଡେଲ୍ ଭାବେ ଉଭା ହେବାରେ ସାହାଯ୍ୟ କରିଥିଲା ।

ଅଲ୍‌ଟୋ ଦେଶର ଲୋକଙ୍କ ମଧ୍ୟରେ ବୃହତ୍ ଲୋକପ୍ରିୟତାକୁ ଉପଭୋଗ କରୁଛି ଏବଂ ଅଧିକାଂଶ ଭାରତୀୟଙ୍କୁ ଏହି କାର୍ କିଣିବା ଲାଗି ଆକର୍ଷିତ କରିବା ଜାରି ରଖିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଅଲ୍‌ଟୋ ବିକ୍ରିର ୫୯% ଅପ୍‌କଂଟ୍ରି ମାର୍କେଟ୍‌ରୁ ଆସିଛି ଯାହାକି ଚଳିତ ବର୍ଷ ପାଇଁ ୬୨%କୁ ବୃଦ୍ଧି ହୋଇଛି । ‘ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଭାବେ ସ୍ଥାନିତ ମାରୁତି ସୁଜୁକି ଅଲ୍‌ଟୋ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ନିଜର ଦୃଢ ଉପସ୍ଥିତି ବଜାୟ ରଖିଛି । ଏହା ଲାଟିନ୍ ଆମେରିକା, ଆଫ୍ରିକା ଓ ସାଉଥ୍ ଏସିଆ ଭଳି ବଜାର ସମେତ ୪୦ରୁ ଅଧିକ ଦେଶକୁ କାର୍ ରପ୍ତାନୀ କରିଛି ।


Share It

Comments are closed.