ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ
ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଫଟାଫଟ କ୍ରିକେଟ ପାଇଁ ସଜେଇ ହୋଇଛି ଦୁବାଇ । ଆଲୋକମାଳାରେ ଝଲସୁଛି ଷ୍ଟାଡିୟମ। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଦୁବାଇ ଓ ଆବୁଧାବୀର ଷ୍ଟାଡିୟମ୍ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ୟୁଏଇରେ ହେବାକୁ ଥିବା ଚଳିତ ବର୍ଷ ଆଇପିଏଲରେ ମୋଟ ୫୬ ମ୍ୟାଚ୍ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ୍ ଖେଳାଯିବ ।
ସେହିପରି ୧୨ଟି ଲିଗ ମ୍ୟାଚ୍ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଅନ୍ୟପକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ଶାରଜାହ ଷ୍ଟାଡିୟମ ଗସ୍ତରେ ଯାଇଥିଲେ । ସେଠାରେ ସେ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ତେବେ ଚଳିତ ଆଇପିଏଲ ମ୍ୟାଚ ଏହି ୩ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି । କୋଭିଡ-୧୯ ପାଇଁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେଉଛି । କୋଭିଡର ସମସ୍ତ ନିୟମ ପାଳନ କରି ଖେଳିବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେଥିପାଇଁ ବିସିସିଆଇ ସମସ୍ତ କୋଭିଡ ନିୟମ ପାଳନ କରି ଆଇପିଏଲ ଆୟୋଜନ କରୁଛି ।.
Comments are closed.