ବାଲେଶ୍ୱର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଲିଉଡ ଷ୍ଟାର ଅରିନ୍ଦମ ରୟ


ବାଲେଶ୍ୱର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ୍ ରାୟ । ଏନେଇ ଚର୍ଚ୍ଚା ଜୋର ଧରିଛି । ଏହି ଆସନଟି ପୂର୍ବରୁ ବିଜେପି ଦଖଲରେ ଥିବାବେଳେ ଉକ୍ତ ଆସନଟିକୁ ଅକ୍ତିଆର କରିବା ପାଇଁ ବିଜେଡି ଏକ ନୂଆ ରଣନୀତି ଆପଣାଇପାରେ । ସେଥିପାଇଁ ଦଳ ଅଭିନେତା ଅରିନ୍ଦମ ରୟକୁ ପ୍ରାର୍ଥୀ ଋପେ ମଇଦାନକୁ ଓହ୍ଲାଇପାରେ । ବାଲେଶ୍ୱର ସାଂସଦୀୟ କ୍ଷେତ୍ର ବିଜେପି ଦଖଲରେ ଥିବାବେଳେ ଏହାର ସାଂସଦ ହେଉଛନ୍ତି ପ୍ରତାପ ଷଡଙ୍ଗୀ ଯିଏକି ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେଥିପାଇଁ ଜିଲ୍ଲାର ଏହି ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ବିଜେଡି ଏକ ଚ୍ୟାଲେଞ୍ଜ ଋପେ ଗ୍ରହଣ କରୁଛି । ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପିକୁ କାଉଣ୍ଟର ଦେବା ପାଇଁ ହେଲେ ବିଜେଡି ଲାଗି ଅରିନ୍ଦମ ରୟଙ୍କ ଛଡା ଆଉ ଭଲ ବିକଳ୍ପ କେହି ମିଳିବେ ନାହିଁ । ସେଥିପାଇଁ ଦଳୀୟ କର୍ମୀ ଅରିନ୍ଦମଙ୍କ ନାଁ ନେଇ ଚର୍ଚ୍ଚା କରୁଛନ୍ତି ।

ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡ଼ି,ବିଜେପି ଓ କଂଗ୍ରେସ୍ ନିଜ ନିଜର କସରତ ଆରମ୍ଭ କରିଛନ୍ତି। ଏହି କସରତରେ ବିଜେପି ଗୋଟିଏ ପାଦ ଆଗକୁ ଯାଇ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ନିର୍ବାଚନମଣ୍ଡଳୀ ସଂଯୋଜକ ଭାବେ ଘୋଷଣା କରିଛି।


Share It

Comments are closed.