ସାହିଦଙ୍କ ନୂଆ ନାୟିକା ହେବେ ଦିଶା


ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ‘ଯୋଦ୍ଧା’ରେ ଅଭିନେତା ଶାହିଦ୍ କପୁରଙ୍କୁ ଦେଖିବାକୁ ମିଳିବ ବୋଲି ନିକଟରେ ରିପୋର୍ଟ ଆସିଥିଲା । ସଦ୍ୟତମ ଖବର ଅନୁସାରେ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଦିଶା ପଟାନି ତାଙ୍କ ସହ ରୋମାନ୍ସ କରିବେ । ସବୁକିଛି ଠିକ୍‌ଠାକ୍ ରହିଲେ ଶାହିଦ୍‌-ଦିଶାଙ୍କ ଯୋଡ଼ିକୁ ଦର୍ଶକେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ ।

ଏ ସଂପର୍କରେ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ ନିର୍ମାତାମାନେ ଏଥିଲାଗି ଏଭଳି ଜଣେ ଅଭିନେତ୍ରୀଙ୍କ ସନ୍ଧାନ କରୁଥିଲେ ଯିଏକି ଷ୍ଟଣ୍ଟ ଏବଂ ଆକ୍ସନ୍ ଦୃଶ୍ୟକୁ ଭଲ ଭାବେ କରିପାରୁଥିବେ । ନିକଟରେ ସେମାନେ ଦିଶାଙ୍କୁ ଏଥିପାଇଁ ଚୁକ୍ତିବଦ୍ଧ କରିଛନ୍ତି ।
ଶାହିଦ୍‌ଙ୍କ ଭଳି ଦିଶାଙ୍କୁ ଏଥିରେ ଆକ୍ସନ୍ ଦୃଶ୍ୟରେ ଦେଖିବାକୁ ମିଳିବ । ଖୁବ୍ ଶୀଘ୍ର ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା ହେବାକୁ ଯାଉଛି ।’ ଦିଶାଙ୍କୁ ଶେଷ ଥର ପାଇଁ ‘ମଲଙ୍ଗ’ରେ ଆଦିତ୍ୟ ରୟ କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ସଲମାନ୍ ଖାନ୍‌ଙ୍କ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍‌ରେ ନଜର ଆସିଛନ୍ତି


Share It

Comments are closed.