ହୀରାକୁଦ ଡ୍ୟାମରୁ ମୋଟ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ
ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ବନ୍ୟା ନିୟନ୍ତ୍ରଣ ପାଇଁ ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯାଉଛି। ଶୁକ୍ରବାର ଅପରାହ୍ନରେ ଆଉ ୪ଟି ଗେଟ୍ ଖୋଲିବା ପରେ ମୋଟ ୩୬ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପଟର ୨୨ ଓ ଡାହାଣ ପଟର ୧୪ଟି ସ୍ଲୁଇସ ଗେଟ ଖୋଲିଛି। ଅପରାହ୍ନ ୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୪୫ ଫୁଟ୍ ରହିଛି।
ଶୁକ୍ରବାର ସକାଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮,୩୨ ଏବଂ ପୁଣି ଆଉ ୪ଟି ମୋଟ ୩୬ଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି।
Comments are closed.