ଆସନ୍ତା ସେପ୍ଟେମ୍ବର ୧୦ରେ ଔପଚାରିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ


ସେପ୍ଟେମ୍ବର ୧୦ ତାରିଖରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମ୍ବାଲା ବିମାନଘାଟୀଠାରେ ସେହି ବିମାନଗୁଡ଼ିକୁ ବିମାନବାହିନୀକୁ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କୁ ଆମନ୍ତ୍ରଣ କରାଯାଇଛି। ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍‍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍‍ ବିମାନ ରହିଛି।


Share It

Comments are closed.