ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ ରିପୋର୍ଟ: କ୍ରମାଗତ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ପାଇଛି ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶବ୍ୟାପୀ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣର ପଞ୍ଚମ ସଂସ୍କରଣ ‘ସ୍ବଚ୍ଛ ସର୍ଭେକ୍ଷଣ – 2020’ ର ଫଳାଫଳ ଘୋଷଣା କରିଛନ୍ତି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ସ୍ୱଚ୍ଛତା ସହର ସର୍ଭେ ରିପୋର୍ଟ ପ୍ରକାଶ କରିଛି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର ପାଲଟିଛି। ଦ୍ୱିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଏବଂ ନବୀ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏଥିପାଇଁ ଇନ୍ଦୋରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Indore is India's cleanest city in Swachh Survekshan 2020, the fifth edition of the annual cleanliness survey of the country.
The city has bagged the spot fourth time in a row. Gujarat's Surat on second spot and Maharashtra's Navi Mumbai on third. pic.twitter.com/mNcMhehoxE
— ANI (@ANI) August 20, 2020
ଆପଣଙ୍କୁ ଜଣାଇଦେଉଛୁ ଯେ ପ୍ରଥମ ସର୍ଭେରେ ମହୀଶୂର ଦେଶର ସବୁଠାରୁ ପରିଷ୍କାର ସହରର ଆଖ୍ୟା ପାଇଥିଲା। ସେବେଠାରୁ କ୍ରମାଗତ ତିନି ବର୍ଷ ଧରି ଇନ୍ଦୋର (୨୦୧୭, ୨୦୧୮, ୨୦୧୯) ଶୀର୍ଷରେ ରହିଛି |
Comments are closed.