ପ୍ରତିଦିନ ସୋନୁ ସୁଦଙ୍କୁ ଏତେ ସଂଖ୍ୟକ ଲୋକ କରୁଛନ୍ତି ସାହାଯ୍ୟ ଅନୁରୋଧ, ଆକଳନ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ


ଲକଡାଉନ୍ ସମୟରେ ଲୋକଙ୍କ ପାଇଁ ସୁପରହିରୋ ପାଲଟିଥିବା ସୋନୁ ସୁଦ ଏହି ରାସ୍ତାରେ କ୍ରମାଗତ ଭାବରେ ଆଗକୁ ବଢ଼ୁଛନ୍ତି। ପ୍ରବାସୀ ଶ୍ରମିକଙ୍କ ସହାୟତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ଏତେ ବ୍ୟାପକ ହୋଇଛି ଯେ ସୋନୁ କେବଳ ଦେଶକୁ ନୁହେଁ ବରଂ ବିଦେଶରେ ଫସି ରହିଥିବା କିମ୍ବା ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି।

ଅଭିନେତା ସୋନୁଙ୍କ ସହ ପ୍ରତିଦିନ କେତେଜଣ ଯୋଗାଯୋଗ କରନ୍ତି ତାହାର ଏକ ବିବରଣୀ ଗୁରୁବାର ଦିନ ଅଭିନେତା ନିଜର ଟ୍ବିଟରରେ ସେୟାର କରିଛନ୍ତି। ସେ ସେୟାର କରିଥିବା ଆକଳନଗୁଡିକ ଆଶ୍ଚର୍ଯ୍ୟଜନକ ଅଟେ |


ସୋନୁ ଲେଖିଛନ୍ତି, “୧୧୩୭ ମେଲ, ୧୯୦୦୦ ଫେସବୁକ ମେସେଜ, ୪୮୧୨ ଇନଷ୍ଟା ମେସେଜ ଏବଂ ୬୭୪୧ ଟ୍ୱିଟର ମେସେଜ। ଏଗୁଡ଼ିକ ହେଉଛି ଆଜିର ହେଲପ ମେସେଜ। ହାରାହାରି ଆକଳନକୁ ଦେଖିଲେ ମୁଁ ପ୍ରତିଦିନ ସାହାଯ୍ୟ ପାଇଁ ଅନେକ ଅନୁରୋଧ ପାଇଥାଏ। ଜଣେ ମଣିଷ ଭାବରେ ସମସ୍ତଙ୍କ ନିକଟରେ ପହଞ୍ଚି ପାରିବା ଅସମ୍ଭବ ଅଟେ | କିନ୍ତୁ ତଥାପି ମୁଁ ମୋର ଚେଷ୍ଟା ଜାରି ରଖିଛି । ଯଦି କାହାର ନେସେଜକୁ ଛଡ଼ିଦେଇଥାଏ ତେବେ ମୋତେ କ୍ଷମା କରିଦେବେ । “


Share It

Comments are closed.