ଭାରତରେ ଜିଏମ୍ ଫସଲର ସୁରକ୍ଷା ଓ ନିୟମାବଳୀ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଗୁଣାତ୍ମକ ଖାଦ୍ୟକୁ ନେଇ ଆମର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଚାଷ ଜମିକୁ ବୃଦ୍ଧି ନକରି କୃଷି ଉତ୍ପାଦକତା ବୃଦ୍ଧି କରିବା ଭାରତୀୟ କୃଷକମାନଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ତ୍ରୁଟିପୂର୍ଣ୍ଣ ଓ ଗମ୍ଭୀର ପାଣିପାଗ ପରିବର୍ତନ ସମସ୍ୟା ଚାଷୀର ଦୁଃଖକୁ ଆହୁରି ବଢାଇଛି । ତେଣୁ ଏହି ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ରହିଛି । ଯେକୌଣସି ନୂତନ ଟେକ୍ନୋଲୋଜି ଭଳି, ଏହି ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ମଧ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ଫେଡେରେଶନ ଅଫ୍ ସିଡ୍ ଇଣ୍ଡଷ୍ଟ୍ରୀ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡଃ ଶିବେନ୍ଦ୍ର ବଜାଜ କହିଛନ୍ତି, “ଜିଏଫ୍ ଫସଲଗୁଡିକୁ ଚାଷ କରିବା ଓ ଖାଇବା ସୁରକ୍ଷିତ ହୋଇଥାଏ । ଏହି ଟେକ୍ନୋଲୋଜି ହେଉଛି ବିଶ୍ୱର ଅନ୍ୟତମ ସର୍ବାଧିକ ନିୟନ୍ତ୍ରିତ ଟେକ୍ନୋଲୋଜି । ବିଶ୍ୱବ୍ୟାପୀ ସରକାରୀ ନିୟାମକଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ସମୀକ୍ଷା ଓ ଆକଳନ ଜିଏଫ୍ ଫସଲଗୁଡିକ ସୁରକ୍ଷିତ ବୋଲି ନିଶ୍ଚିତ କରିଛନ୍ତି । ଏକାଧିକ ଆନ୍ତର୍ଜାତୀୟ ସଂଗଠନ ଯେପରିକି ଏଫ୍ଏଓ, ଡବ୍ଲ୍ୟୁଏଚ୍ଓ, ଓଇସିଡି ଆଦି ବାୟେଟେକ୍ ଫସଲର ସୁରକ୍ଷାକୁ ବାରମ୍ବାର ନିଶ୍ଚିତ କରିଛନ୍ତି ଏବଂ ସିଦ୍ଧାନ୍ତ ଦେଇଛନ୍ତି ଯେ, ବାୟୋଟେକ୍ନୋଲୋଜିରୁ ଉତ୍ପନ୍ନ ଖାଦ୍ୟ ପାରମ୍ପରିକ ଓ ଅର୍ଗାନିକ୍ ଭଳି ଅନ୍ୟ ପଦ୍ଧତିରୁ ଉତ୍ପନ୍ନ ଖାଦ୍ୟ ଭଳି ସୁରକ୍ଷିତ ଓ ପୁଷ୍ଟିକର ଅଟେ । ପ୍ରତ୍ୟେକ ଦେଶ ବାଣିଜ୍ୟିକ ମଞ୍ଜୁରୀ ପ୍ରଦାନ କରିବା ପୂର୍ବରୁ ଏହି ଫସଲଗୁଡିକର ସୁରକ୍ଷାକୁ ଏହର ସ୍ଥାନୀୟ ସ୍ଥିତିରେ ପରୀକ୍ଷଣ କରିଛନ୍ତି । ତେଣୁ ଏକାଧିକ ଦେଶର ବହୁ ବର୍ଷର ତଥ୍ୟ ଏହି ଫସଲଗୁଡିକର ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ବିଶ୍ୱବ୍ୟାପୀ ବହୁ ସଂଖ୍ୟକ ଲୋକ ଗତ ୨୦ ବର୍ଷରୁ ଅଧିକ ସମୟ ହେବ ବାୟୋଟେକ୍ ଫସଲର ଉତ୍ପାଦଗୁଡିକୁ ଖାଦ୍ୟ ରୂପେ ବ୍ୟବହାର କରିଆସୁଛନ୍ତି ଏବଂ ଏହାର ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡିବା ନେଇ କୌଣସି ଗୋଟିଏ ମାମଲା ସାମ୍ନାକୁ ଆସିନାହିଁ ।”
କୃଷି ବାୟୋଟେକ୍ନୋଲୋଜି ଗଭୀର ଅନୁସନ୍ଧାନ ଓ ବିନିଯୋଗର ଆବଶ୍ୟକ କରୁଛି । ଭାରତରେ ଏହି କ୍ଷେତ୍ରରେ ବର୍ତମାନ ସୁଦ୍ଧା ମୋଟ ନିବେଶ ୧୨,୦୦୦ କୋଟି ଟଙ୍କା ନିବେଶ ହୋଇଛି କିନ୍ତୁ ନିବେଶକଙ୍କ ପାଇଁ ରିଟର୍ଣ୍ଣ ଖୁବ୍ କମ୍ ରହିଛି ଏବଂ ଏହାର କାରଣ ହେଉଛି ଏହି ଟେକ୍ନୋଲୋଜି ପାଇଁ ନିୟାମକ ପ୍ରକ୍ରିୟା ସମ୍ବନ୍ଧିତ ଅନିଶ୍ଚିତତା । କୃଷି କ୍ଷେତ୍ରରେ ଆମକୁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି କି ନାହିଁ ସରକାର ତାହାର ନିଷ୍ପତି ସରକାର ନିଅନ୍ତି । ଭାରତରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ମାଧ୍ୟମରେ ଭାରତ ସରକାର ହେଉଛନ୍ତି ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜି କ୍ଷେତ୍ରର ସର୍ବବୃହତ୍ ନିବେଶକ । ଡିବିଟି ଗତ ୫ ବର୍ଷ ମଧ୍ୟରେ ବାୟୋଟେକ୍ନୋଲୋଜି ଉପରେ ପ୍ରାୟ ୧୮୦୦୦ କୋଟି ଟଙ୍କା ନିବେଶ କରିଛି ଏବଂ ଏହି ନିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜି କ୍ଷେତ୍ର ପ୍ରତି ରହିଛି ।
ଏହା ମଧ୍ୟ ଆଲୋକପାତ କରିବାକୁ ହେବ ଯେ, ଭାରତରେ ବହୁସଂଖ୍ୟକ ଘରୋଇ କମ୍ପାନୀଗୁଡିକ ବାୟୋଟେକ୍ନୋଲୋଜି ଅନୁସନ୍ଧାନ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଯଦି ସରକାର ଭାରତରେ ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରନ୍ତି ଏବଂ ନିବେଶ ଉପରେ ପର୍ଯ୍ୟାପ୍ତ ଲାଭ ପ୍ରଦାନ କରୁଥିବା ବାୟୋଟେକ୍ନୋଲୋଜି ଫସଲଗୁଡିକର ବ୍ୟବସାୟିକୀକରଣ ଓ ଅନୁମୋଦନ ପ୍ରକ୍ର୍ରିୟା ଉପରେ ସ୍ପଷ୍ଟ ନୀତି ଗଠନ କରିବେ ତେବେ ଏହି ଘରୋଇ ବିହନ କମ୍ପାନୀଗୁଡିକ ବହୁମାତ୍ରାରେ ଲାଭବାନ ହୋଇପାରିବେ । ଟେକ୍ନୋଲୋଜି ଆକାର ନିରପେକ୍ଷ ଅଟେ, ଯାହାର ଅର୍ଥ ହେଉଛି ଚାଷୀଙ୍କ ପାଇଁ ଲାଭ ମେସାନଙ୍କ ଚାଷ ଜମିର ଆକାର ଉପରେ ନିର୍ଭର କରେ ନାହିଁ ।
Comments are closed.