ଏୟାରଟେଲ ପେମେଂଟ ବ୍ୟାଙ୍କ ଓ ଭାରତି ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ନୂଆ ସପ୍ ଇନ୍ସ୍ୟୁରାନ୍ସ ଯୋଜନା


ଭୁବନେଶ୍ୱର: ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ମିଳିତ ସହଯୋଗିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏହାର ରିଟେଲର ଏବଂ ବ୍ୟବସାୟୀମାନଙ୍କ ପାଇଁ ସପ୍ ଇନ୍ସ୍ୟୁରାନ୍ସ ପ୍ରଦାନ କରିବାର ଘୋଷଣା କରାଯାଇଛି । ଏହି ସ୍ମାର୍ଟ ଯୋଜନା ସପ୍ ପ୍ୟାକେଜ ପଲିସିରେ ନିଆଁ ଓ ବନ୍ୟା, ଭୂମିକମ୍ପ, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ, ଦଙ୍ଗା, ଧର୍ମଘଟ, ହିଂସାମୂଳକ କ୍ଷତି ଏବଂ ଚୋରି ଇତ୍ୟାଦି କାରଣରୁ ଦୋକାନ ଭିତରେ ଥିବା ସାମଗ୍ରୀ କ୍ଷତିଗ୍ରସ୍ତ ହେବାସ୍ଥଳେ ଏହା ଆର୍ଥିକ ସୁରକ୍ଷା ଯୋଗାଇଦେବ । ଯେହେତୁ ବ୍ୟାଙ୍କର ଅଧିକ ସଂଖ୍ୟକ ରିଟେଲର ଓ ବ୍ୟବସାୟୀମାନଙ୍କର ଛୋଟ ଓ ମଧ୍ୟମ ଧରଣର ଦୋକାନ ରହିଥାଏ । ତେଣୁ ନିଆଁ କିମ୍ବା ଚୋରି ଯୋଗୁଁ ସେମାନଙ୍କୁ ଏକ ବଡ଼ ଧରଣର ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ । ଏହି ସପ୍ ଇନ୍ସ୍ୟୁରାନ୍ସ ପଲିସି ଏହି କ୍ଷତିଗୁଡ଼ିକ ବିରୁଦ୍ଧରେ ଆର୍ଥିକ ସହାୟତା ଯୋଗାଇଦେବ ।
ଏୟାରଟେଲ ପେମେଂଟ ବ୍ୟାଙ୍କର ସହଯୋଗୀମାନେ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ରିଟେଲର ଓ ବ୍ୟବସାୟୀ ଆପ୍‌ର ବ୍ୟବହାର କରି ସହଜରେ ଓ କାଗଜବିହୀନ ପ୍ରକ୍ରିୟା ସହିତ କେଇ ମିନିଟ ମଧ୍ୟରେ ଏହି ପଲିସିକୁ କ୍ରୟ କରିପାରିବେ । ଏହା ପଲିସିଧାରୀଙ୍କୁ ବ୍ୟକ୍ତିଗତ ଦୁର୍ଘଟଣା ଜନିତ ସୁରକ୍ଷା ମଧ୍ୟ ଯୋଗାଇଥାଏ । ଏହି ପଲିସି ୨ ଲକ୍ଷ ଠାରୁ ଆରମ୍ଭ କରି ସର୍ବାଧିକ ୨୫ ଲକ୍ଷ ପର୍ଯ୍ୟନ୍ତର ଆର୍ଥିକ ସହାୟତା ପ୍ରଦାନ କରିଥାଏ ।
ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ମୂଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଗଣେଶ ଅନନ୍ଥନାରାୟଣ କହିଛନ୍ତି ଯେ, “ଆମର ସହଯୋଗୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ଏୟାରଟେଲ ପେମେଂଟ ବ୍ୟାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାହିଁ ସେମାନଙ୍କ ପାଇଁ ରୋଜଗାରର ପ୍ରାଥମିକ ଉତ୍ସ ହୋଇଥାଏ । ତେଣୁ ଏହି ସୁବିଧାଜନକ ଏବଂ ଅର୍ଥସାପେକ୍ଷ ସପ୍ ଇନ୍ସ୍ୟୁରାନ୍ସର ଶୁଭାରମ୍ଭ କରି ଆମେ ଆମର ସହଯୋଗୀମାନଙ୍କୁ ଏହିଭଳି କ୍ଷତି ବିରୁଦ୍ଧରେ ଆର୍ଥିକ ସୁରକ୍ଷା ଯୋଗାଇଦେବାର ଲକ୍ଷ ରଖିଛୁ ।” ସେହିଭଳି ଭାରତି ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ଶ୍ରୀନୀବାସନ୍ କହିଛନ୍ତି ଯେ, “ ଏୟାରଟେଲ ପେମେଂଟ ବ୍ୟାଙ୍କ ସହ ଯୋଡ଼ି ହୋଇ ଆମର ସ୍ମାର୍ଟ ପ୍ଲାନ ସପ୍ ପ୍ୟାକେଜ ପଲିସି ସହିତ ଏହାର ରିଟେଲର ଓ ବ୍ୟବସାୟୀମାନଙ୍କୁ ସୁରକ୍ଷା ଯୋଗାଇଦେବା ନିମେନ୍ତ ଆମେ ବେଶ ଆନନ୍ଦିତ ।”


Share It

Comments are closed.