ଆଇପିଏଲ ପ୍ରସ୍ତୁତିରେ ବିରାଟ କୋହଲି, ସେୟାର କଲେ ନିଜର ୱର୍କଆଉଟର ଭିଡିଓ


ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ବିରାଟ କୋହଲି ନିଜ ଫିଟନେସକୁ ନେଇ ବହୁତ ଶକ୍ତ ଅଟନ୍ତି । ମ୍ୟାଚ ସମୟରେ କୋହଲି ବାଉଣ୍ଡ୍ରିଠାରୁ ମଧ୍ୟ ଅଧିକ ରନ ନେବା ଉପରେ ବେଶ ଜୋର ଦେଉଛନ୍ତି, ଯାହାର କାରଣ ହେଉଛି ତାଙ୍କର ସୁନ୍ଦର ଫିଟନେସ । କୋହଲି ଇନଷ୍ଟାଗ୍ରାମରେ ନିଜର ୱର୍କଆଉଟର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କୋହଲି ଟ୍ରେଡମିଲରେ ଦୌଡ଼ୁଥିବା ନଜର ଆସୁଛନ୍ତି ।
ଏହି ଭିଡିଓ ଦେଖି ସଫା ସଫା ଜଣାପଡ଼ୁଛି ଯେ ବିରାଟ କୋହଲି କରୋନା ସମୟରେ ମଧ୍ୟ ବେଶ ଫିଟ ଅଛନ୍ତି ଏବଂ ଆଇପିଏଲ ୨୦୨୦ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ବିରାଟ କୋହଲି ଟିମ ଇଣ୍ଡିଆରେ ମଧ୍ୟ ଫିଟନେସର ପରମ୍ପରା ନେଇଆସିଛନ୍ତି ଏବଂ ଅନ୍ୟ ଖେଳାଳୀଙ୍କ ପାଇଁ ମଧ୍ୟ ପ୍ରେରଣା ହୋଇଛନ୍ତି । ଫିଟନେସ ପାଇଁ ବିରାଟ କୋହଲି ବହୁତ ଆଗରୁ ହିଁ ଶାକାହାରୀ ହେବାର ନିର୍ଣ୍ଣୟ ନେଇଥିଲେ ।
ନିଜର ଫିଟନେସ ପାଇଁ କୋହଲି ନନ୍‌ଭେଜ ଖାଇବା ଛାଡ଼ିଦେଇଛନ୍ତି ଓ ସେ ଶାଗ ଓ ପନିବରିବା ଅଧିକ ପରିମାଣରେ ଖାଉଛନ୍ତି । ବିରାଟ କୋହଲି ନିଜ ଖାଦ୍ୟରେ ପ୍ରୋଟିନ ଶେକ, ପନିପରିବା ଏବଂ ସୋୟାର ଅଧିକ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଅଣ୍ଡା, ମାଂସ ଏବଂ ଡେରି ବା ଦୁଗ୍ଧ ଜାତୀୟ ଉତ୍ପାଦଠାରୁ ସେ ଦୂରତା ବଜାୟ ରଖିଛନ୍ତି ।

View this post on Instagram

🤙🏼

A post shared by Virat Kohli (@virat.kohli) on


ବିରାଟଙ୍କ ଅନୁଯାୟୀ ନନ୍‌ଭେଜ ଛାଡ଼ିବା ପରେ ତାଙ୍କ ଖେଳ ଆହୁରି ଭଲ ହୋଇଯାଇଛି । ତାଙ୍କର ପାଚନ ଶକ୍ତି ମଜବୁତ ହୋଇଛି । କୋହଲିଙ୍କ ପୂର୍ବରୁ ଦୁନିଆର ଅନେକ ଶ୍ରେଷ୍ଠ ଖେଳାଳୀମାନେ ମଧ୍ୟ ନନ୍‌ଭେଜ ଖାଇବା ଛାଡ଼ିଦେଇଛନ୍ତି । ଏମାନଙ୍କ ମଧ୍ୟରେ ଟେନିସ ତାରକା ୱିନସ ଉଇଲିୟମ ଏବଂ ତାଙ୍କ ଭଉଣୀ ସେରେନା ଉଇଲିୟମ, ଫୁଟବଲର ଲିଓନେଲ ମେସିଙ୍କ ସମେତ ଫର୍ମୁଲା-୧ର ଚାମ୍ପିୟନ ଲୁଇସ ହେମିଲ୍ଟନ ପ୍ରମୁଖ ରହିଛନ୍ତି ।
ବିରାଟ କୋହଲିଙ୍କ କୋଚ ରାଜକୁମାର ଶର୍ମା ଏକ ଇଂଟରଭ୍ୟୁରେ କହିଥିଲେ ଯେ ଏକ ସମୟରେ ବିରାଟ କବାବ, ବିରିୟାନୀ ଏବଂ ଦୁଗ୍ଧ ତଥା କ୍ଷୀର ବହୁତ ମାତ୍ରାରେ ଖାଉଥିଲେ । କିନ୍ତୁ ଏବେ ସବୁକିଛି ବଦଳିଯାଇଛି ।


Share It

Comments are closed.