ଦୁଇ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ନିର୍ମମ ଭାବେ ହତ୍ୟା ମାମଲା, ଉଚ୍ଚସ୍ତରୀୟ ତଦନ୍ତର ଆଦେଶ ଦେଲେ ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ରର ପାଲଘରାରେ ଦୁଇ ଜଣ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଦ୍ୱାରା ସେମାନଙ୍କର ଘଟଣାସ୍ଥଳୀ ମୃତ୍ୟୁ ଘଟିଥିବାବେଳେ ଏହି ହୃଦୟବିଦାରକ ଘଟଣାକୁ ନେଇ ସାରା ଦେଶ ବର୍ତ୍ତମାନ ସ୍ତବ୍ଧ ହୋଇଯାଇଛି ।
ଏହି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ଉଚ୍ଚ ସ୍ତରୀୟ ତଦନ୍ତର ଆଦେଶ ଦେଇଥିବାବେଳେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, “ଏହି ଘଟଣାରେ ବର୍ତ୍ତମାନ ସୁଧା ୧୧୦ ଜଣଙ୍କୁ ଗିରଫ କରାଇ ଦିଆଯାଇଛି, ଯେଉଁଥିରେ ୯ ଜଣଙ୍କୁ ଜୁବେନାଲ ହୋମ ପଠାଇଦିଆଯାଇଛି । ”
ପାଲଘରା ଘଟଣାରେ ଯେଉଁମାନଙ୍କ ମୃତ୍ୟୁ ଘଟିଛି ଏବଂ ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନେ ଅଲଗା-ଅଲଗା ଧର୍ମର ନୁହନ୍ତି ।
मुंबईसे सूरत जानेवाले ३ लोगों की पालघर में हुई हत्या के बाद मेरे आदेश से इस हत्याकांड में शामिल १०१ लोगों को पुलिस हिरासत में लिया गया है। साथ ही उच्च स्तरीय जांच के आदेश भी दिए गए हैं। इस घटना को विवादास्पद बनाकर समाज में दरार बनाने वालों पर भी पुलिस नज़र रखेगी।#LawAndOrder
— ANIL DESHMUKH (@AnilDeshmukhNCP) April 19, 2020
ରାଜ୍ୟ ଗୃହମନ୍ତ୍ରୀ ଏହି ଘଟଣାର ତଦନ୍ତର ଆଦେଶ ଦେଇଥିବାବେଳେ ଏହାକୁ ନେଇ ଯେପରି କୌଣସି ସାମ୍ପ୍ରଦାୟିକ ଫାଇଦା ସୃଷ୍ଟି କରାନଯାଏ ସେଥିପାଇଁ ସେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୋଲିସ ଏହିଭଳି ଲୋକଙ୍କ ଉପରେ କଡା ନଜର ରଖିଛି, ଯେଉଁମାନେ ଏହି ଘଟଣା ଜରିଆରେ ସାମ୍ପ୍ରଦାୟିକତା ଫାଇଦା ଉଠାଇବା ଚେଷ୍ଟା କରିବେ ।
ଦେଶମୁଖ ଟ୍ୱିଟ କରି କହିଛନ୍ତି ଯେ, “ସୁରତ ଯାଉଥିବା ୩ ଲୋକଙ୍କୁ ପାଲଭରାରେ କରାଯାଇଥିବା ସଂଘବଦ୍ଧ ଆକ୍ରମଣ ହତ୍ୟାରେ ସଂଶ୍ଲିଷ୍ଟ ଥିବା ୧୧୦ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ହତ୍ୟା ମାମଲାରେ ମୁଁ ଉଚ୍ଚସ୍ତରୀୟ ତଦନ୍ତର ଆଦେଶ ଦେଇଛି ।”
ସେପଟେ ଉଦ୍ଧବ ଠାକରେ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କୁ ଘଟଣା ଦିନରେ ହିଁ ଗିରଫ କରାଯାଇଛି ଏବଂ ଏଥିପାଇଁ ଦୋଷୀଙ୍କୁ କେବେବି କ୍ଷମା ଦିଆଯିବ ନାହିଁ ।
Comments are closed.