ଖାଦ୍ୟଅଭାବ ହେତୁ ବିରାଟକାୟ ଅହିରାଜକୁ ମାରି ଖାଇଲେ ଗ୍ରାମବାସୀ, ଭିଡିଓ ଭାଇରାଲ


କରୋନା ଭାଇରସର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ୩ ମେ’ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରାଯାଇଥିବାବେଳେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତିନି ଜଣ ଲୋକ ଏକ ୧୦ ଫୁଟର ବିରାଟକାୟ ଅହିରାଜ ସାପକୁ ମାରି ନିଜ ନିଜର କାନ୍ଧ ଝୁଲାଇଥିବାର ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିିଛି । ଏହି ଭିଡିଓ ଅରୁଣାଚଳପ୍ରଦେଶସ୍ଥିତ ନାହରଲଗୁନ ଅଞ୍ଚଳର ଅଟେ ।

 

ପ୍ରକାଶ ଥାଉକି, ଉତ୍ତରପୂର୍ବ ରାଜ୍ୟରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ବନ୍ୟପ୍ରାଣୀକୁ ମାରି ତା’ର ମାଂସ ଖାଇଥାନ୍ତି ।
୨ମିନିଟି ୩୦ ସେକେଣ୍ଟର ଏହି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ତିନି ଜଣ ଲୋକେ ଏକ ବିରାଟକାୟ ଅହିରାଜ ସାପକୁ ମାରି ନିଜ ନିଜର କାନ୍ଧରେ ଝୁଲାଇଛନ୍ତି । ଏମାନଙ୍କ ଆଖପାଖରେ ଗାଁର ପିଲାମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଭିଡିଓ ପ୍ରସ୍ତୁତକାରୀ ଯେତେବେଳେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଥିଲେ ତୁମେ ଅହିରାଜ ସାପଟିକୁ କାହିଁକି ମାରିଚ, ସେତେବେଳେ ପ୍ରଶ୍ନର ଉତ୍ତରରେ ସେମାନେ କହିଥିଲେ ଯେ, ଘରେ ଖାଇବା ପାଇଁ ଚାଉଳ ସରିଯାଇଥିବା ହେତୁ ଆମେ ଏହାକୁ ଖାଇବା ପାଇଁ ମାରିଛୁ ।
ଏହି ଘଟଣାକୁ ନେଇ ବରିଷ୍ଠ ବନଅଧିକାରୀ କହିଛନ୍ତି ଯେ, ଏହି ଲୋକମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଳିଥିବା ସୂଚନା ମୁତାବକ ଏହି ସଂପର୍କରେ ପୃଷ୍ଟି ଇଟାନଗରର ବରିଷ୍ଠ ବନ୍ୟପ୍ରାଣୀ ଅଧିକାରୀଙ୍କ ପକ୍ଷରୁ କରାଯାଇଛି ।


Share It

Comments are closed.