କରୋନା ବିରୋଧୀ ଲଢ଼େଇ ପାଇଁ ସାମସଙ୍ଗ ପକ୍ଷରୁ ୨୦ କୋଟି ଟଙ୍କା ସହାୟତା


ଭୁବନେଶ୍ୱର: ଗତ କିଛି ସପ୍ତାହ ହେବ କୋଭିଡ-୧୯ ବିରୁଦ୍ଧରେ ଲଢ଼ିବା ପାଇଁ ଏକ ବ୍ୟାପକ ଏବଂ ମୁଲ୍ୟବୋଧ ଯୁକ୍ତ ରଣକୌଶଳ ପ୍ରସ୍ତୁତ କରିବା ନିମନ୍ତେ ସାମସଙ୍ଗ ଇଣ୍ଡିଆ ଟିମ ବିଭିନ୍ନ ସରକାର, ଆଂଚଳିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଯତ୍ନ ବିଶେଷଜ୍ଞମାନଙ୍କ ସହ ମିଶି କାର୍ଯ୍ୟ କରୁଛି । ନୋଇଡାର ଆଂଚଳିକ ପ୍ରଶାସନ ଏବଂ ସମୁଦାୟକୁ ସମର୍ଥନ କରିବା ପାଇଁ ଆମେ କେତେକ ପଦକ୍ଷେପର ଘୋଷଣା କରିଛୁ ଯାହାର ପରିପ୍ରେକ୍ଷୀରେ ମହାମାରୀ ବିରୋଦ୍ଧରେ ପ୍ରତିରକ୍ଷା ମୂଳକ ପଦକ୍ଷେପ ପାଇଁ ଡାକ୍ତରଖାନାଗୁଡ଼ିକୁ ଆବଶ୍ୟକୀୟ ମେଡିକାଲ ଉପକରଣ ସହିତ ବ୍ୟବସ୍ଥିତ କରିବାର ଘୋଷଣା କରିଛୁ । ଏହା ନୋଇଡାର ଆଂଚଳିକ ସମୁଦାୟଙ୍କୁ ଦୈନିକ ଖାଦ୍ୟ ମଧ୍ୟ ଯୋଗାଇଦେଉଛି । ଏପର୍ଯ୍ୟନ୍ତ ସାମସଙ୍ଗ, ହସପିଟାଲଗୁଡ଼ିକୁ ହଜାର ସଂଖ୍ୟକ ଅଣସଂକ୍ରମିତ ମାସ୍କ ଏବଂ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଇ) କିଟ ଯୋଗାଇଦେଇଛି । ଅତିରିକ୍ତ ଭାବେ ସମଗ୍ର ଭାରତର ସାମସଙ୍ଗ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ସେମାନଙ୍କ ଯୋଗଦାନ କରୁଛନ୍ତି । କମ୍ପାନୀ କର୍ମଚାରୀଙ୍କ ଯୋଗଦାନକୁ ଏକତ୍ର କରି ମୋଟ ରାଶିକୁ ଆଗାମୀ ସପ୍ତାହରେ ପିଏମ କେୟାର ଫଣ୍ଡକୁ ଯୋଗଦାନ କରିବ ।
କୋଭିଡ-୧୯ ବିରୋଦ୍ଧି ଲଢ଼େଇରେ ଏହାର ନିରନ୍ତର ପ୍ରୟାସ ପରିପ୍ରେକ୍ଷୀରେ ସାମସଙ୍ଗ ପକ୍ଷରୁ ଭାରତର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୦ କୋଟି ଯୋଗଦାନର ପ୍ରତିଶ୍ରୁତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସାମସଙ୍ଗ ୧୫ କୋଟି ଟଙ୍କା ପିଏମ କେୟାର ଫଣ୍ଡକୁ ଯୋଗଦାନ କରିବ ଏବଂ ଏହି ମହାମାରୀ ବିରୋଦ୍ଧରେ ଦେଶର ଆହ୍ୱାନକୁ ସମର୍ଥନ କରିବା ପାଇଁ ଉତରପ୍ରଦେଶ ଓ ତାମିଲନାଡ଼ୁ ରାଜ୍ୟକୁ ୫ କୋଟି ଯୋଗଦାନ କରିବ ।
ଏହାବ୍ୟତୀତ ହସପିଟାଲ ପରିସରର ବାୟୁ ଗୁଣବତାକୁ ବିକଶିତ କରିବା ପାଇଁ ସାମସଙ୍ଗ ଏୟାର ପ୍ୟୁରିଫାୟର ଯୋଗାଇଦେଉଛି । ସେହିଭଳି ଗତ କିଛି ସପ୍ତାହ ହେବ ସାମସଙ୍ଗ ଡିଜିଟାଲ ଏକ୍ସ-ରେ ଓ ଡିଜିଟାଲ ଅଲଟ୍ରାସାଉଣ୍ଡ ମେସିନ ଯୋଗାଣକୁ ତ୍ୱରାନ୍ୱିତ କରିଛି ଯାହାକି ଏହାର ସାମସଙ୍ଗ ସ୍ମାର୍ଟ ହେଲଥକେୟାର ସିଟିଜେନସିପ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ସରକାରୀ ଡାକ୍ତରଖାନାଗୁଡ଼ିକୁ ଯୋଗାଇଦିଆଯାଉଛି । ଏହି ପରୀକ୍ଷାମୂଳକ ସମୟରେ ଜାତି ସହିତ ଦୃଢ଼ ଭାବେ ଠିଆ ହୋଇ ରହିବା ଆମର ପ୍ରତିଶ୍ରୁତି ବୋଲି ସାମସଙ୍ଗ ପକ୍ଷରୁ କୁହାଯାଇଛି । ଉପଭୋକ୍ତାମାନେ ସାମସଙ୍ଗର ସାମସଙ୍ଗ ପେ ଜରିଆରେ ପିଏମ କେୟାର ଫଣ୍ଡ ବିକଳ୍ପରେ କ୍ଲିକ କରି ସିଧାସଳଖ ପିଏମ କେୟାର ଫଣ୍ଡରେ ଯୋଗଦାନ କରିପାରିବେ । ଏହି ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସାମସଙ୍ଗ ସଲାମ କରିଛି ।


Share It

Comments are closed.