ଡିହାଇଡ୍ରେସନରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ


ଗ୍ରୀଷ୍ମ ଋତୁ ବର୍ତ୍ତମାନ ଆରମ୍ଭ ହୋଇଗଲାଣି । ଏହି ସମୟରେ ସମସ୍ତେ ନିଜନିଜ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ବାସ୍ତବରେ, ଏହି ସମୟରେ ଶକ୍ତିଶାଳୀ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା କାରଣରୁ ଝାଳ ବାହାରିବା ସମସ୍ୟା ଦେଖାଯାଇଥାଏ । ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା କାରଣରୁ ଡିହାଇଡ୍ରେସନ୍ ସମସ୍ୟା ହେବାର ଆଶଙ୍କା ରହିଥାଏ । ତେଣୁ ଏଥିପାଇଁ, ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ୭-୮ ଗ୍ଲାସ୍ ପାଣି ସହିତ ଖାଦ୍ୟରେ କିଛି ବିଶେଷ ଆଇଟମ୍ ଅନ୍ତର୍ଭୁକ୍ତ କରିପାରିବେ । ତେବେ ଚାଲନ୍ତୁ ଜାଣିବା କିଛି ଏମିତି ଜିନିଷ ବିଷୟରେ ଯାହାକୁ ଖାଇବା ଏବଂ ପିଇବା ଦ୍ୱାରା ଶରୀରରେ ଜଳ ଅଭାବ ପୁରଣ ହେବା ସହିତ ଦିନସାରା ସତେଜ ଅନୁଭବ କରାଇଥାଏ ।
ଲେମ୍ବୁ ପାଣି :

ଡିହାଇଡ୍ରେସନ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ୨ ଗ୍ଲାସ୍ ଲେମ୍ବୁ ପିଇବା ଉଚିତ୍ । ଏହାଦ୍ୱାରା ଗରମରୁ ମୁକ୍ତି ମିଳିବା ସହିତ ଥକ୍କାପଣକୁ ମଧ୍ୟ କମାଇଥାଏ । ଏଥିସହିତ ଇମ୍ୟୁନିଟି ବୁଷ୍ଟ ହେବାରେ ମଧ୍ୟ ସାହାଯ୍ୟ କରିଥାଏ ।

କାକୁଡି :

କାକୁଡି ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଜଳର ଅଭାବ ପୁରଣ ହେବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏଥିସହିତ ଚର୍ମ ଏବଂ କେଶ ସୁନ୍ଦର ଦେଖାଯାଏ ।
ପଇଡ ପାଣି :

ଗ୍ରୀଷ୍ମ ଋତୁରେ ନଡ଼ିଆ ପାଣି ପିଇବା ସବୁଠାରୁ ଭଲ ହୋଇଥାଏ । ଏଥିରେ ସମସ୍ତ ଜରୁରୀ ଉପାଦାନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥିବାରୁ ଶରୀରକୁ ପୁଷ୍ଟିକର ଖାଦ୍ୟ ମିଳିଥାଏ । ଗରମରୁ ମୁକ୍ତି ସହିତ ପେଟ ଭଲ ରହିଥାଏ । ଆହୁରି ମଧ୍ୟ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଦହି :

ଖରାଦିନେ ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଆପଣ ଏହାକୁ ଯେଉଁପ୍ରକାରେ ଖାଇଲେ ମଧ୍ୟ ଶରୀରକୁ ଲାଭ ମିଳିଥାଏ ।
ତରଭୁଜ :

ତରଭୁଜରେ ୯୦ ପ୍ରତିଶତ ପାଣି ମୁଳିଥାଏ । ଏହାଦ୍ୱାରା ଶରୀର ହାଇଡ୍ରେଟ୍ ରହିବା ଦ୍ୱାରା ଦିନସାରା ସତେଜ ଅନୁଭବ ହୋଇଥାଏ । ଏଥିସହିତ ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ ।
ସାଲାଡ୍ :

ସନ୍ଧ୍ୟା ସମୟରେ ଭୋକ ଲାଗିଲେ ଆପଣ କାକୁଡି, ଗାଜର, ମୂଳା, ଟମାଟର ଆଦି ଜିନିଷର ସାଲାଡ୍ ଖାଇପାରିବେ । ଏହାଦ୍ୱାରା ଶରୀରରେ ପାଣିର ଆଭାବ ପୁରଣ ହେବା ସହିତ ପୋଷଣ ମଧ୍ୟ ମିଳିଥାଏ । ଓଜନ ମଧ୍ୟ କଣ୍ଟ୍ରୋଲ୍ ହୋଇଥାଏ ।


Share It

Comments are closed.