ପ୍ଲେ ପକ୍ଷରୁ ଦମଦାର ସ୍ମାର୍ଟ ବ୍ୟାଣ୍ଡ ଏବଂ ନେକ ବ୍ୟାଣ୍ଡ ଏବେ ବଜାରରେ


ଦିଲ୍ଲୀ ସ୍ଥିତ ସ୍ମାର୍ଟ ୱେରେବୁଲ୍ ଓ ଅଡିଓ ଉତ୍ପାଦ ତିଆରି କରୁଥିବା କମ୍ପାନୀ ପ୍ଲେ ନିଜର ତିନୋଟି ଉତ୍ପାଦ ଏବେ ବଜାରକୁ ଆଣିଛି । ସେଠି ମଧ୍ୟରେ ରହିଛି ଦୁଇଟି ସ୍ମାର୍ଟ ବ୍ୟାଣ୍ଡ – ପ୍ଲେଫିଟ୍୨୧ ଓ ପ୍ଲେଫିଟ୍୫୩ ଏବଂ ଗୋଟିଏ ୱାଏରଲେସ୍ ନେକ ବ୍ୟାଣ୍ଡ ଏନ୍୨୩ । ଆମାଜନରେ ପ୍ଲେଫିଟ୍୨୧ ମୂଲ୍ୟ ୧୨୯୯/- ହୋଇଥିବା ବେଳେ ପ୍ଲେଫିଟ୍୫୩ର ମୂଲ୍ୟ ୧୯୯୯/- ଟଙ୍କା ରହିଛି । ଯେବେକି ଏନ୍୨୩ ୱାଏରଲେସ୍ ନେକ ବ୍ୟାଣ୍ଡର ମୂଲ୍ୟ ରହିଛି ମାତ୍ର ୧୭୯୯/- ଟଙ୍କା ।

ପ୍ଲେଫିଟ୍୨୧ରେ ରହିଛି ବ୍ଲୁଟୁଥ୍ କନେକ୍ସନ୍, ୦.୯୬” କଲର ଡିସପ୍ଲେ, ଆଇପି୬୮ ୱାଟର୍ ଏବଂ ଡଷ୍ଟପୃଭ୍ । ଏହାବ୍ୟତିତ ପ୍ଲେଫିଟ୍୨୧ ଓ ପ୍ଲେଫିଟ୍୫୩ରେ ରହିଛି ହାଟ୍ ରେଟ୍, ସ୍ଟେପ୍, ସ୍ଲିପ୍ ମନିଟରିଙ୍ଗ୍ କ୍ଷମତା । ପ୍ଲେଫିଟ୍୫୩ ଦୁଇଟି ରଙ୍ଗରେ ଉପଲବ୍ଧ ସ୍ପୋଟି ଲାଲ୍ ସହିତ କଳା ଏବଂ ବାଇଗଣି ସହିତ ନୀଳ ।

ସେହିପରି ଏନ୍୨୩ ନେକ ବ୍ୟାଣ୍ଡ ବ୍ୟବହାରରେ ବହୁତ ସହଜ, ଯେଉଁଥିରେ ସିରି, ଗୁଗୁଲ୍ ଆସିସ୍ଟାଣ୍ଟ ଏବଂ ଆଲେକ୍ସା ନିମନ୍ତେ ଇଣ୍ଟିଗ୍ରେଟେଡ୍ ଶବ୍ଦ ଏପିକେ ରହିଛି । ଏନ୍୨୩ର ଓଜନ ମାତ୍ର ୨୮ ଗ୍ରାମ୍ ଯାହା ୨୦ଘଣ୍ଟା ପର୍ଯ୍ୟନ୍ତ ପ୍ଲେଟାଇମ୍ ପ୍ରଦାନ କରିଥାଏ । ଏହାକୁ ଗ୍ରାହକ ମାନେ ଆମାଜନରେ ପାଇପାରିବା ସହ ଏହାର ମୂଲ୍ୟ ମାତ୍ର ୧୭୯୯/- ଟଙ୍କା ଧାର୍ଯ୍ୟ କରାଯାଇଛି ।

ପ୍ଲେଫିଟ୍ ଏସଡବ୍ଲୁ୭୫ ସ୍ମାର୍ଟୱାଚରେ ୪୭ରୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାଟେରି ଚାର୍ଜ ରହିପାରିବ ଏବଂ ୧.୩”ର ଟଚ୍ ଡିସପ୍ଲେ ରହିଛି । ଏହାବ୍ୟତିତ ଏଥିରେ ଷ୍ଟେନଲେସ ଷ୍ଟିଲର ଆବରଣ, ହାଟ୍ ରେଟ୍, ସ୍ଟେପ୍, ସ୍ଲିପ୍ ମନିଟରିଙ୍ଗ୍ ସହିତ ଏହା ୱାଟର୍ ପୃଫ୍ ମଧ୍ୟ ଅଟେ ।


Share It

Comments are closed.