ବିଶ୍ୱର ୬ଟି ବିଳାସପୂର୍ଣ୍ଣ ସହର
ବିଶ୍ୱର ଏମିତି କିଛି ଦେଶ ଯାହାର ସହର ଗୁଡିକ ଖୁବ ସୁନ୍ଦର ଏବଂ ବିଳାସପୂର୍ଣ୍ଣ । ଖାଲି ଯେ ସୌନ୍ଦର୍ଯ୍ୟ ପାଇଁ ଏହି ସହରଗୁଡିକ ବିଶ୍ୱରେ ପରିଚିତ ନୁହେଁ ଦେଶର ବିକାଶରେ ମଧ୍ୟ ଏଠାକାର ପର୍ଯ୍ୟଟନସ୍ଥଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶ୍ୱରେ ମଧ୍ୟ ଏଠାକାର ପର୍ଯ୍ୟଟନସ୍ଥଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶ୍ୱରେ ଥିବା ବିଳାସପୂର୍ଣ୍ଣ ସହର ମଧ୍ୟରୁ ୬ଟି ସହର ବିଷୟରେ ଆସନ୍ତୁ ଜାଣିବା ।
୧. ସୁଇଜରଲ୍ୟାଣ୍ଡର ବର୍ଣ୍ଣ ସହର –
ସୁଇଜରଲ୍ୟାଣ୍ଡ ଯିବାକୁ ଅନେକଙ୍କର ସ୍ୱପ୍ନ ତାଏ । କିନ୍ତୁ ଏଠାକାର ବର୍ଣ୍ଣ ସହର ସବୁଠାରୁ ଦାମୀ ତଥା ବିଳାସପୂର୍ଣ୍ଣ ସହର । ଏହି ସହରରେ ଚୈପଲ ବ୍ରିଜ, ଲୁଜର୍ଣ୍ଣ ଲେକ ଏବଂ ଜୁଙ୍ଗାଫ୍ରାଉ ପିକ ରହିଛି । ଏହି ସହର ବୁଲିଯିବାକୁ ଥରେ ଭାବି ନିଅନ୍ତୁ ।
୨. ଚୀନର ହଂକଂ –
ଏହି ସହରକୁ ସବୁଠାରୁ ଦାମୀ ସହର ତାଲିକାରେ ସାମିଲ କରାଯାଇଛି । ଏଠାରେ ରହିବା ମହାଙ୍ଗା ଯୋଗୁଁ ଏହାକୁ ଦାମୀ ସହର କୁହାଯାଉଛି । ଏହି ସହରରେ ହଂକଂ ଡିଜନିଲ୍ୟାଣ୍ଡ, ଆସିଏନ ପାର୍କ ଏବଂ ମାଡାମ୍ ତୁସାଦ ସଂଗ୍ରାହାଳୟ ରହିଛି । ଆପଣ ଯଦି ବୁଲିବା ପାଇଁ ଯିବେ ଏହି ସହରକୁ ତେବେ ଏଠାକୁ ନିଶ୍ଚିତ ଯିବେ ।
୩. ଆମେରିକାର ନ୍ୟୁୟର୍କ –
ଆର୍ଥିକ ଏବଂ ଆମୋଦାୟକ ଦୃଷ୍ଟିରୁ ନ୍ୟୁୟର୍କ ଦାମୀ ସହର ଭାବେ ବିଶ୍ୱରେ ପରିଚିତ । ଆପଣ ଏଠାକାର ନାଇଟଲାଇଫର ମଜା ନେଇପାରିବେ । ଏଠାରେ ଅମ୍ପେୟାର ଷ୍ଟେଟ ବିଲଡିଂ, ବ୍ରୁକଲିକ ବ୍ରିଜ, ଷ୍ଟାଚ୍ୟୁ ଅଫ ଲିବର୍ଟି ରହିଛି ।
୪. ଚୀନର ସାଂଘାଇ –
୨୪ ଲକ୍ଷରୂୁ ଅଧିକ ଲୋକ ଥିବା ଏହି ସହରକୁ ପରିବହନ କେନ୍ଦ୍ର ଭାବେ ଜାଣିଥାନ୍ତି । ଜନ ସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସହର ବ୍ୟୟବହୁଳ ହୋଇପଡିଛି । ଏଠାରେ ଆଶ୍ଚର୍ଯ୍ୟଜନକ ମନ୍ଦିର, ଦଫାର ବେଡେନ ସିଟି, ହ୍ୟାଙ୍ଗି ମନ୍ଦିର ରହିଛି ।
୫. ସାଉଥକୋରିଆ ସିଓଲ –
ସିଓଲ ବିଶ୍ୱର ସବୁଠାରୁ ବଡ ଏବଂ ବିଚିତ୍ର ଦେଶ କୁହାଯାଏ । ଏହାବାଦ ଏହା ସବୁଠୁ ବ୍ୟୟବହୁଳ ଦେଶ ଭାବେ ପରିଗଣିତ । ଏହି ସହରରେ ତେଜୁ ସିଟି, ବୁସାନ, ସୋକଟୋ ସୁବେନନ ଆଦି ସ୍ଥାନ ରହିଛି ।
୬. ସୁଇଜରଲ୍ୟାଣ୍ଡର ଜ୍ୟୁରିକ –
ସବୁଠାରୁ ମହଙ୍ଗା ଦେଶ ତାଲିକାରେ ସୁଇଜରଲ୍ୟାଣ୍ଡ ଥିବା ବେଳେ ଏହାର ଜ୍ୟୁରିକ ସହର ମହଙ୍ଗା ସହର ଭାବେ ୩ୟ ସ୍ଥାନରେ ରହିଛି । ଏଠାରେ ଗ୍ରାସମୁନଷ୍ଟାର ଏବଂ ସେଣ୍ଟ ପିଟର ଚର୍ଚ୍ଚ ରହିଛି ।
Comments are closed.