୨୦ ବର୍ଷ ପୂର୍ବେ ଆଜିର ଦିନ ଭାରତ ଜିତିଥିଲା ପ୍ରଥମ ଅଣ୍ଡର-୧୯ ବିଶ୍ୱକପ


ଆଜିର ଦିନ ଅଣ୍ଡର-୧୯ ଭାରତୀୟ ଦଳ ପାଇଁ ସବୁଠାରୁ ସ୍ମରଣୀୟ ଦିନ, କାରଣ ଆଜି ଠାରୁ ଠିକ୍ ୨୦ ବର୍ଷ ପୂର୍ବେ (୨୮ ଜାନୁଆରୀ୨୦୦୦) ଭାରତୀୟ ଦଳ ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ପ୍ରଥମଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ବିଜେତା ହୋଇଥିଲା । ଭାରତ ୪ ଥର ଅଣ୍ଡର-୧୯ ବିଶ୍ୱକପ ବିଜେତା ହୋଇଛି । ପ୍ରଥମ ଥର ପାଇଁ ୨୦୦୦ ମସିହାରେ ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ବିଜେତା ହୋଇଥିବାବେଳେ ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନ୍ମୁକ୍ତ ଚାନ୍ଦ ଏବଂ ୨୦୧୮ରେ ପୃଥିବୀ ସ’ଙ୍କ ଅଧିନାୟକତ୍ୱରେ ଭାରତ ବିଜୟୀ ହୋଇଥିଲା ।
ପୂର୍ବତ୍ତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଆଜି ନିଜର ଟ୍ୱିଟରେ ଏହି ସ୍ମରଣୀୟ ଦିନର ଏକ ଫଟୋ ସେୟାର କରିଛନ୍ତି । ଏହା ସହ ସେ ବର୍ତ୍ତମାନ ଅଣ୍ଡର-୧୯ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳର ଖେଳାଳୀମାନଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

କୈଫ ନିଜର ଏହି ସ୍ମୃତିରୁ ତାଜା କରି ଲେଖିଛନ୍ତି ଯେ, “ଏହି ବିଜୟକୁ ୨୦ ବର୍ଷ ବିତିଗଲାଣି, ଯେତେବେଳେ ଆମେ ବିଶ୍ୱକପ ଜିତିଥିଲୁ । ମୋ ପାଇଁ ସମ୍ମାନର କଥା ଅଟେ କାରଣ ମୁଁ ଏହି ଦଳର ନେତୃତ୍ୱ ନେଇଥିଲି । ମୁଁ ବର୍ତ୍ତମାନର ଅଣ୍ଡର-୧୯ ଦଳକୁ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି ସେମାନେ ପୁଣିଥରେ ନିଜ ଟାଇଟେଲ ବଜାୟୀ ରଖନ୍ତୁ ।”


Share It

Comments are closed.