ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୬,୩୧୧ ନୂତନ କରୋନା ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ମୃତ୍ୟୁ


ଦେଶରେ ମାରାତ୍ମକ କରୋନା ଭାଇରସରେ ଏବେ ସୁଦ୍ଧା ଲଗାମ ଲାଗିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୩୧୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୨୨ ହଜାର ୫୨୬ ଲୋକ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ପୂର୍ବ ଦିନ ଠାରୁ ଦେଶରେ କରୋନାର ୧୯ ହଜାର ୨୯୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୯୨ ହଜାର ୫୯୫ କୁ ବୃଦ୍ଧି ପାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ କୋଟି ୪ ଲକ୍ଷ ୬୬ ହଜାର ୫୯୫ ମାମଲା ଚିହ୍ନଟ ହୋଇଛି, ଯେଉଁଥିରୁ ୧ ଲକ୍ଷ ୫୧ ହଜାର ୧୬୦ ଜଣଙ୍କର ମୃତ୍ୟୁ ହୋଇଛି।


Share It

Comments are closed.