ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ କରୋନା ଭାକସିନ୍‌ର ଚାହିଦା, ଭାରତକୁ ସାହାଯ୍ୟ ମାଗିଲେ ୯ ଦେଶ


କରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ବ ଏହାର ଟିକାକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛି | ଏଭଳି ପରିସ୍ଥିତିରେ ଅନେକ ଦେଶ କରୋନା ଟିକା ନେଇ ଭାରତ ଆଡକୁ ମୁହାଁଇଛନ୍ତି। ଟିକା ଉତ୍ପାଦନ ଏବଂ ଯୋଗାଣ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବ୍ରାଜିଲ, ମୋରୋକୋ, ସାଉଦି ଆରବ, ମିଆଁମାର, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଭଳି ଦେଶ ଆନୁଷ୍ଠାନିକ ଭାବେ ଭାରତରୁ ଟିକା ସହାୟତା ମାଗିଛନ୍ତି।

ସୂତ୍ରାନୁସାରେ, କରୋନା ଭାକସିନ ବିତରଣରେ ଭାରତ ସରକାର ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଭଳି ପଡୋଶୀ ଦେଶକୁ ଡୋଜ୍ ଦେବେ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବଙ୍କ କହିବାନୁସାରେ, କୋଭିଡ-୧୯ ମାହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଭାରତ ଏହି ପ୍ରକ୍ରିୟାରେ ବହୁତ ଆଗରେ ରହିଛି । ଏହାକୁ ଦେଶ ନିଜର କର୍ତ୍ତବ୍ୟ ଭାବେ ପାଳନ କରିବ ।

ଅନେକ ଦେଶ ଭାରତକୁ ଅନୁରୋଧ କରିଛନ୍ତି ଯେ, ଗଭର୍ଣ୍ଣମେଣ୍ଟ ୨ ଗଭର୍ଣ୍ଣମେଣ୍ଟ ଆଧାରରେ ସିଧା ଭାକସିନ୍ ଡେଭଲପର୍ସଙ୍କୁ ନିର୍ଦ୍ଦେଶ ଦିଆଯାଉ । ଯେଉଁମାନେ ଭାରତରେ ଭାକସିନ୍ ତିଆରି କରୁଛନ୍ତି । ଖବର ଅନୁସାରେ, ନେପାଳ ଭାରତଠୁ ୧୨ ମିଲିୟନ କରୋନା ଭାକସିନ୍ ଡୋଜ୍ ଦାବି କରିଛି । ଭୁଟାନ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଠୁ ୧ ମିଲିୟନ ଡୋଜ୍ ମାଗିଛି । ସେହିପରି ମିଆମାଁର ଏକ ବୁଝାବଣାରେ ସ୍ୱାକ୍ଷର କରିସାରିଛି । ସେହିପରି ବାଂଲାଦେଶ କୋଭିସିଲ୍ଡର ୩୦ ମିଲିୟନ ଡୋଜ୍ ଦେବାକୁ ଭାରତକୁ ଅନୁରୋଧ କରିଛି ।

ସୂଚନାଯୋଗ୍ୟ, କେବଳ ଏସିଆ ମହାଦେଶର ଦେଶ ନୁହେଁ ଅନ୍ୟ ଦେଶ ମଧ୍ୟ ଭାକସିନ୍ ପାଇଁ ଭାରତ ସହ ସମ୍ପର୍କ ପ୍ରତିଷ୍ଠା କରିଛନ୍ତି ।


Share It

Comments are closed.