ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୨୨ ଆକ୍ରାନ୍ତ


ଗୁରୁବାର ରାଜ୍ୟରୁ ଆଉ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୩୮ ହଜାର ନିକଟତର ହୋଇଛି। ଏହି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୭ ହଜାର ୯୦୦କୁ ବୃଦ୍ଧି ପାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୫୫, ଖୋର୍ଦ୍ଧାରୁ ୨୨୮, ଗଜପତିରୁ ୧୩୯, ବଲାଙ୍ଗୀରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡ଼ରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨ ଏବଂ ଢେଙ୍କାନାଳରୁ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧ ଓ ନୟାଗଡରୁ ୨୮ଜଣ ଲେଖାଏଁ, ଝାରସୁଗୁଡାରୁ ୨୧, ମୟୂରଭଞ୍ଜରୁ ୨୦, ସୁବର୍ଣ୍ଣପୁରରୁ ୧୯, ଜଗତସିଂହପୁର ୧୮, ବାଲେଶ୍ୱରରୁ ୧୩, ବରଗଡ଼ରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଏବଂ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୭ ହଜାର ୯୦୦କୁ ବୃଦ୍ଧି ପାଇଛି।


Share It

Comments are closed.