ମାରୁତି ସୁଜୁକି ଅଲ୍‌ଟୋର ୪୦ ଲକ୍ଷ ୟୁନିଟ୍ ବିକ୍ରି ସଫଳତା


ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ଶିଳ୍ପରେ କ୍ରମାଗତ ଭାବେ ନୂଆ ବେଂଚ୍‌ମାର୍କ ସ୍ଥାପନ କରିଆସୁଥିବା ଭାରତର ଲୋକପ୍ରିୟ କାର୍ ମାରୁତି ସୁଜୁକି ଅଲ୍‌ଟୋ ୪୦ ଲକ୍ଷ ୟୁନିଟ୍ ବିକ୍ରିର ଏକ ଉଲ୍ଲେଖନୀୟ ମାଇଲ୍‌ଖୁଂଟ ହାସଲ କରି ଗର୍ବିତ ଅନୁଭବ କରୁଛି । ଅଲ୍‌ଟୋ ଭାରତୀୟ କାର୍ କ୍ରେତାମାନଙ୍କର ପସନ୍ଦର ବିକଳ୍ପ ହୋଇପାରିଛି ଏବଂ ୭୬% ଅଲ୍‌ଟୋ ଗ୍ରାହକ ଏହାକୁ ନିଜର ପ୍ରଥମ କାର୍ ଭାବେ ଚୟନ କରିଛନ୍ତି । ଭାରତର ସର୍ବାଧିକ ବିକ୍ରି ହୋଇଥିବା କାର୍‌ର ମାନ୍ୟତା ପାଇଥିବା ଅଲ୍‌ଟୋ ନିଜର ସମସ୍ତ ମୂଲ୍ୟବାନ ଗ୍ରାହକଙ୍କଠାରୁ ପାଇଥିବା ଅତୁଳନୀୟ ବିଶ୍ୱାସ ଓ ସମର୍ଥନ ବିନା ଏହି ସଫଳତା ହାସଲ କରିପାରିନଥାନ୍ତା । ୨୦୦୦ ମସିହା ପରଠାରୁ ଲୋକପ୍ରିୟତା ଓ ବିଶ୍ୱାସ କ୍ଷେତ୍ରରେ ନିରନ୍ତର ବୃଦ୍ଧି ସହିତ ମାରୁତି ସୁଜୁକି ଅଲ୍‌ଟୋ ବିଭିନ୍ନ ଭୌଗୋଳିକ ସ୍ତରରେ ଅନେକ ପରିବାରର ଏକ ସଦସ୍ୟ ହୋଇପାରିଛି । ଅଲ୍‌ଟୋ ଠିକ୍ ସମୟରେ ଅପ୍‌ଗ୍ରେଡ୍ ଓ ନୂତନ ଟେକ୍ନୋଲୋଜି ଅଫରିଙ୍ଗ୍ ସହିତ ନିଜର ବିରାସତକୁ ମଜୁଭତ କରିବା ଜାରି ରଖିଛି । ୪୦ ଲକ୍ଷରୁ ଅଧିକ ଭାରତୀୟ ପରିବାରକୁ ଗତିଶୀଳତା ପ୍ରଦାନ କରି ବ୍ରାଣ୍ଡ ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ହେବ ଭାରତୀୟ କାର୍ ବଜାରରେ ନିର୍ବବାଦୀୟ ଲିଡର ଭାବେ ନିଜର ସ୍ଥିତି ବଜାୟ ରଖିଆସିଛି ।
ଏହି ସଫଳତା ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ମାର୍କେଟିଙ୍ଗ୍ ଓ ସେଲ୍‌ସ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, “ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ହେବ ସର୍ବାଧିକ ବିକ୍ରି ହେଉଥିବା କାର୍ ଭାବେ ସ୍ଥାନିତ ହୋଇଆସୁଛି ଏବଂ ଆମେ ୪୦ ଲକ୍ଷ ବିକ୍ରିର ଅନ୍ୟ ଏକ ଉଲ୍ଲେଖନୀୟ ମାଇଲ୍‌ଖୁଂଟ୍ ସମ୍ପର୍କରେ ଘୋଷଣା କରି ଅତ୍ୟଧିକ ଗର୍ବିତ ଅନୁଭବ କରୁଛୁ ।”
ଅଲ୍‌ଟୋ ଏହାର କମ୍ପାକ୍ଟ ଆଧୁନିକ ଡିଜାଇନ୍‌, ସହଜ ପରିଚାଳନା, ଉଚ୍ଚ ଇନ୍ଧନ ଦକ୍ଷତା, ଅତ୍ୟାଧୁନିକ ସୁରକ୍ଷା ଓ ଆରାମ ଫିଚରର ଏକ ସ୍ୱତନ୍ତ୍ର ସମ୍ମିଶ୍ରଣ, ଯାହାକି ଭାରତୀୟ ଗ୍ରାହକଙ୍କ ପାଇଁ ଏହାକୁ ଏକ ଆକର୍ଷଣୀୟ କାରରେ ପରିଣତ କରିଛି । ଅଲ୍‌ଟୋ ହେଉଛି ଭାରତର ପ୍ରଥମ ଏଂଟ୍ରି ଲେଭେଲ୍ କାର୍ ଯାହାକି ଅତ୍ୟାଧୁନିକ ଦୁର୍ଘଟଣା ଓ ପଥଚାରୀ ସୁରକ୍ଷା ନିୟମାବଳୀ ସହିତ ବିଏସ୍‌୬ କମ୍ପ୍ଲିଆଂଟ୍ ହୋଇପାରିଛି । ନୂଆ ଆକର୍ଷଣୀୟ ଏରୋ ଏଜ୍ ଡିଜାଇନ୍ ଓ ଅତ୍ୟାଧୁନିକ ସୁରକ୍ଷା ଫିଚର ସହିତ ଅଲ୍‌ଟୋ ଗ୍ରାହକଙ୍କୁ ଏକ ସ୍ମରଣୀୟ ମାଲିକାନା ଅଭିଜ୍ଞତା ପ୍ରଦାନ କରୁଛି । ଏହା ପେଟ୍ରୋଲ ପାଇଁ ୨୨.୦୫ କିମି/ଲିଟର ଓ ସିଏନ୍‌ଜି ପାଇଁ ୩୧.୫୬ କିମି/ଲିଟରର ଇନ୍ଧନ ଦକ୍ଷତା ପ୍ରଦାନ କରୁଛି ।


Share It

Comments are closed.