ଚୀନର ପାଲଟା ଅଭିଯୋଗ, କହିଲା ବ୍ରାଜିଲରୁ ଆସିଥିବା ଚିକେନରୁ ମିଳୁଛି କରୋନା ଭାଇରସ


ବ୍ରାଜିଲରୁ ଆସିଥିବା ଫ୍ରୋଜନ୍ ଚିକେନର ଡେଣାରେ କରୋନା ଭାଇରସ ମିଳିଥିବା କଥା ଚୀନ୍ କହିଛି । ଗତ ସପ୍ତାହରେ ଏଠାର ୟାନ୍ତାଇ ସହରରେ ଇକ୍ୱାଡୋରରୁ ପଠାଯାଇଥିବା ସମୁଦ୍ର ଚିଙ୍ଗୁଡି ମଧ୍ୟ ସଂକ୍ରମିତ ହେବା କଥା କୁହାଯାଇଥିଲା । ଚୀନ ଜୁନରେ ବ୍ରାଜିଲ ସମେତ କିଛି ଅନ୍ୟ ଦେଶରୁ ମିଟ୍ ଇମ୍ପୋର୍ଟ ରୋକି ଦେଇଥିଲା । ତେବେ ପରେ ଏହାକୁ ହଟାଇ ଦିଆଯାଇଥିଲା ।

ଶେନଝେନର ଲୋକାଲ୍ ଡିଜିଜି କଣ୍ଟ୍ରୋଲ ସେଣ୍ଟର(ସିଡିସି) ନିୟମିତ ଯାଞ୍ଚ ସମୟରେ ବ୍ରାଜିଲରୁ ପଠାଯାଇଥିବା ଚିକେନର ସାମ୍ପଲ ନେଇଥିଲା । ଯାଞ୍ଚ ପରେ ରିପୋର୍ଟ ପଜିଟିଭ୍ ଆସିଲା । ଅଧିକାରୀମାନେ ଗୁରୁବାର କହିଛନ୍ତି କି ସଂକ୍ରମିତ ଚିକେନ ସମ୍ପର୍କରେ ଆସିଥିବା କିଛି ଲୋକ ଓ ଅନ୍ୟ ପ୍ରଡକ୍ଟର ମଧ୍ୟ ଯାଞ୍ଚ କରାଯାଇଛି କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ବ୍ରାଜିଲରୁ ଏନେଇ କିଛି ବୟାନ ଜାରି ହୋଇନି ।


Share It

Comments are closed.