୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ: ଏବେ ବି ଲୋକଙ୍କ ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ


ନଭେମ୍ବର ୨୬, ୨୦୦୮ ରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହେବାର ୧୪ ବର୍ଷ ବିତିଗଲାଣି ଏବଂ ଏହି ଭୟଙ୍କର ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କ ମାନସିକତାରେ ଗଭୀର ଆଘାତ ଦେଇଥିଲା। ପାକିସ୍ତାନ ସ୍ଥିତ ଲଶ୍କର-ଏ-ତାଇବା (LeT) ଆତଙ୍କବାଦୀ ସଙ୍ଗଠନର ଦଶ ଜଣ ଭୟଙ୍କର ଆତଙ୍କବାଦୀ ଘଣ୍ଟା ଘଣ୍ଟା ଧରି ହତ୍ୟାକାଣ୍ଡ ଘଟାଇଥିଲେ ଯେଉଁଥିରେ ୧୬୬ଟି ନିରୀହ ଲୋକ ପ୍ରାଣ ହରାଇଥିଲେ। ଆଜି ବି ସେହି କାଳରାତ୍ରୀ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି । ବନ୍ଧୁକ ଗର୍ଜନ ଭିତରେ ଲୋକଙ୍କ ଚିତ୍କାର ଧ୍ବିନି ମୟାନଗରୀକୁ ଦୋହଲାଇ ଦେଇଥିଲା । ସବୁଦିନ ପରି ସେଦିନ ବି ବେଶ୍ ଚଳଚଞ୍ଚଳ ଥିଲା ମାୟାନଗରୀ। ସ୍ୱାଭାବିକ ଥିଲା ସହର । ରାତି ବଢିବା ସାଙ୍ଗକୁ ବଜାରରେ ବି ଗହଳି ବଢୁଥିଲା । ଆଉ କିଛି ଲୋକ ସମୁଦ୍ର କୂଳରେ ଥଣ୍ଡା ପବନର ମଜା ନେଉଥିଲେ । ମାତ୍ର ଏହି ସମୟରେ ଶାନ୍ତ ମୁମ୍ବାଇକୁ ଅଶାନ୍ତ କରିଦେଇଥିଲେ ଆତଙ୍କବାଦୀ। ପାକିସ୍ତାନୀ ଆତତାୟୀ ରଚିଥିଲେ ରକ୍ତର ହୋଲି । ଏକେ-47ର ବାରୁଦ ଆଗରେ ବଳି ପଡିଥିଲା ଗୋଟିଏ ପରେ ଗୋଟିଏ ଜୀବନ । ପୋକ ମାଛି ଭଳି ଟଳି ପଡ଼ିଥିଲେ ୧୬୦ରୁ ଅଧିକ ଲୋକ।

ପାକିସ୍ତାନୀ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୧୦ ସଇତାନ ମାୟାନଗରୀରେ ରକ୍ତର ହୋଲି ଖେଳିଥିଲେ । ବୋମା ଓ ଏକେ-47ର ଗର୍ଜନରେ ଥରି ଉଠିଥିଲା ପୂରା ସହର। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ୧୪ ବର୍ଷ ପୂରିଛି, ହେଲେ ସେଦିନର ସେହି କାଳରାତ୍ରୀ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି । ଦେଶବାସୀ ଆଜିବି ଭୁଲି ନାହାନ୍ତି 26 ନଭେମ୍ବର ଆକ୍ରମଣକୁ । ଆଖିବୁଜା ଗୁଳି ମାଡ଼ରେ ନିରବୀ ଯାଇଥିଲା 160 ନିରିହ ଜୀବନ । ସେହିପରି ୩୦0ରୁ ଅଧିକ ଲୋକ ଆହତ ହୋଇଥିଲେ।

ମୁମ୍ବାଇକୁ ଦୋହଲାଇଦେଲା ଭଳି ରେଡ୍ ପ୍ଲାନ୍ ରଚିଥିଲା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ । ଆକ୍ରମଣର ତିନି ଦିନ ପୂର୍ବରୁ ଅର୍ଥାତ ନଭେମ୍ୱର ୨୩ରେ କରାଚିର ସମୁଦ୍ର ପଥ ଦେଇ ଏକ ବୋଟ୍ ସାହାଯ୍ୟରେ ମୁମ୍ବାଇ ସମୁଦ୍ର କୂଳରେ ପହଞ୍ଚିଥିଲେ 10 ଆତଙ୍କୀ । ଏକ ଭାରତୀୟ ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ କବଜା କରି ଜଳରଥରେ ମାୟାନଗରୀକୁ ପ୍ରବେଶ କରିଥିଲେ। ଡଙ୍ଗାରୁ ଓହ୍ଲାଇବା ପରେ ୪ ମତ୍ସ୍ୟଜୀବୀଙ୍କୁ ହତ୍ୟା କରିଥିଲେ। ଏହାପରେ ଆତଙ୍କବାଦୀମାନେ ରାତି ପ୍ରାୟ ୮ ଟା ସମୟରେ କଫ୍ ପରେଡ୍ ମାଛ ମାର୍କେଟରେ ପ୍ରବେଶ କରିଥିଲେ ।

ମାଛ ମାର୍କେଟ୍ରରୁ ଆତଙ୍କବାଦୀମାନେ ୪ଟି ଗ୍ରୁପରେ ଭାଗ ହୋଇଯାଇଥିଲେ । ରାତି ପ୍ରାୟ ୯ଟା ୩୦ରେ ଛତ୍ରପତି ଶିବାଜୀ ରେଲୱେ ଟର୍ମିନାଲର ହଲରେ ଦୁଇ ଆକ୍ରମଣକାରୀ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆତଙ୍କୀଙ୍କ ମଧ୍ୟରେ ମହମ୍ମଦ ଅଜମଲ କସାବ ରହିଥିଲା। ଯାହାକୁ ନ୍ୟାୟିକ ପ୍ରକ୍ରିୟା ପରେ ଫାଶି ଦିଆଯାଇଥିଲା । ଦୁଇ ଆକ୍ରମଣକାରୀ ଏକେ-୪୭ରେ ୧୫ ମିନିଟ୍ ଗୁଳି ଚାଳନା କରିଥିଲେ ଯେଉଁଥିରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।

ଆତଙ୍କବାଦୀଙ୍କ ଏହି ଗୁଳିକାଣ୍ଡ କେବଳ ଶିବାଜୀ ଟର୍ମିନାଲ ନିକଟରେ ସିମିତ ନଥିଲା। ଦକ୍ଷିଣ ମୁମ୍ୱାଇ ଲିୟୋପୋଲ୍ଟ କ୍ୟାଫେକୁ କବଜା କରି ଗୁଳିମାଡ଼ କରିଥିଲେ। ଏଥିରେ ୧୦ଜଣ ଲୋକଙ୍କ ପ୍ରାଣ ଯାଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହାପରେ ରାତି ପ୍ରାୟ ୧୦ଟାରେ ବିଲେ ପାର୍ଲେ ଅଞ୍ଚଳରେ ଏକ ଟ୍ୟାକ୍ସିକୁ ବୋମାରେ ଉଡ଼ାଇ ଦେଇଥିଲେ । ଯେଉଁଥିରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା। ଏହାର ପ୍ରାୟ ୧୫ରୁ ୨୦ମିନିଟ୍ ପୂର୍ବରୁ ବୋରିବନ୍ଦରେ ମଧ୍ୟ ସମାନ ଧରଣର ଆକ୍ରମଣ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଟ୍ୟାକ୍ସି ଡ୍ରାଇଭର ଓ ଦୁଇ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ।

୨୬/୧୧ ଆକ୍ରମଣରେ ମୁମ୍ୱାଇର ଦୁଇ ବଡ଼ ହୋଟେଲ ତାଜ, ଓବେରାୟ ଟ୍ରାଇଡ୍ରେଣ୍ଡ ହୋଟେଲ ଓ ନରୀମନ ହାଉସକୁ ନିଜ କବଜାକୁ ନେଇଥିଲେ ଆତଙ୍କୀମାନେ । ଆକ୍ରମଣ ସମୟରେ ତାଜରେ ୪୫୦ ଓ ଓବେରାୟରେ ୩୮୦ ଲୋକ ରହିଥିଲେ। ତାଜ୍ ଆକ୍ରମଣ ବେଳେ ଧୁଆଁ ଧୁଆଁ ହୋଇଥିଲା ହୋଟେଲ୍ ପରିସର ।

ଆକ୍ରମଣର ପରଦିନ ସକାଳେ ଅର୍ଥାତ୍ ନଭେମ୍ବର ୨୭ରେ, ତାଜ ହୋଟେଲର ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ଖବର ମିଳିଥିଲା। ହେଲେ ପରେ ଜଣାପଡିଥିଲା ଯେ ଅନେକ ଲୋକ ଆତଙ୍କବାଦୀଙ୍କ କବଜାରେ ରହିଛନ୍ତି। ଏହି ଆକ୍ରମଣରେ ଉଭୟ ହୋଟେଲକୁ ରାପିଡ୍ ଆକ୍ସନ୍ ଫୋର୍ସ (ଆରପିଏଫ୍), ମେରାଇନ୍ କମାଣ୍ଡୋ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) କମାଣ୍ଡୋ ଘେରି ରହିଥିଲେ। ତେବେ ଗଣମାଧ୍ୟମର ଲାଇଭ୍ କଭରେଜ ଆତଙ୍କବାଦୀଙ୍କୁ ଟିଭିରେ ସୁରକ୍ଷା ବାହିନୀର ପ୍ରତ୍ୟେକ ଗତିବିଧି ବିଷୟରେ ଜାଣିବାରେ ସାହାଯ୍ୟ କରିଥିଲା।

ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ସେପଟେ ମୁମ୍ବାଇରେ ବିସ୍ଫୋରଣ, ଅଗ୍ନିକାଣ୍ଡ, ଗୁଳି ବିନିମୟ ଏବଂ ବନ୍ଧକ ରଖିବା ଘଟଣା ଉପରେ ପୂରା ବିଶ୍ବ ନଜର ରଖିଥିଲା । ଯେଉଁ ଦିନ ତାଜ ହୋଟେଲ ଉପରେ ଆକ୍ରମଣ ହୋଇଥିଲା, ସେହି ଦିନ ଅନ୍ତର୍ଜାତୀୟ ଟ୍ରେଡ ୟୁନିଅନ ସଂସଦୀୟ କମିଟିର ଅନେକ ସଦସ୍ୟ ହୋଟେଲରେ ରହିଥିଲେ । ଆକ୍ରମଣ ସମୟରେ ୟୁରୋପୀୟ ସଂସଦର ବ୍ରିଟିଶ ସଦସ୍ୟ ସାଜ୍ଜାଦ କରିମ ତାଜ ଲବିରେ ରହିଥିଲେ। ଅନ୍ୟପଟେ ଜର୍ମାନ ସାଂସଦ ଏରିକା ମାନ ଜୀବନ ବଞ୍ଚାଇବାକୁ ଲୁଚିବାକୁ ପଡିଥିଲା। ଓବରୋଇରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଅନେକ ଜଣାଶୁଣା ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରେ ଭାରତୀୟ ସାଂସଦ ଏନ.ଏନ୍ କୃଷ୍ଣଦାସ ମଧ୍ୟ ଥିଲେ, ଯିଏ କି ବ୍ରିଟେନର ବିଶିଷ୍ଟ ବ୍ୟବସାୟୀ ସାର୍ ଗୁଲାମଙ୍କ ସହ ରାତ୍ରି ଭୋଜନ କରୁଥିଲେ।

ନଭେମ୍ବର ୨୯ ତାରିଖ ସକାଳେ ୯ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ଆକ୍ରମଣକାରୀ ଅଜମଲ କସାବ ପୁଲିସ ହେପାଜତରେ ଥିଲା। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିଯାଇଥିଲା କିନ୍ତୁ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।


Share It

Comments are closed.