ପୁରୀରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁନେଇ ଟାଉନ ହଲ୍ ବୈଠକ ଅନୁଷ୍ଠିତ


ପୁରୀ: ୧୦୮ ଅମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ପୁରୀର ସିଟି ରୋଡ଼, ୟୁଥ୍ କ୍ଲବଠାରେ ଏକ ଟାଉନ ହଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ପ୍ରାୟତଃ ୬୫ଜଣ ୧୦୮ କ୍ରିୟୁମାନେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଉକ୍ତ କର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ସିଏଚଆରଓ, ମନିଶ କେ ଉପସ୍ଥିତରହି ଓଡ଼ିଶାରେ କିପରି ସମସ୍ତ ରୋଗୀଙ୍କ ନିକଟରେ ୧୦୮ ଆମ୍ବୁଲାନ୍ସ ସେବା ପହଂଚା ଯାଇପାରିବ ସେଥି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ, ମାନବ ସମ୍ବଳ ମୁଖ୍ୟ, ଦୀପକ୍ ଶ୍ରୀବାସ୍ତବ, ଅପରେସନ ମୁଖ୍ୟ, ରାଜିବ୍ ଦାଶ, ରକ୍ଷଣାବେକ୍ଷଣ ମୁଖ୍ୟ, ସଂଗ୍ରାମ ନାୟକ ଏବଂ ଅପରେସନ୍ ଟିମର ଦେବାଶିଷ ନରେନ୍ଦ୍ର ଏବଂ ଚିତରଂଜନ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ ବୈଠକରେ ବିଭିନ୍ନ ପ୍ରଶିକ୍ଷଣ ସହିତ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଯାହା ମାଧ୍ୟମରେ ପୁରସ୍କୃତ ହୋଇଥିବା କିଛି କର୍ମଚାରୀଙ୍କୁ ଦେଖି ଅନ୍ୟ କର୍ମୀମାନେ ଅନୁପ୍ରାଣିତହୋଇ ଭଲ କାମ କରିବା ପାଇଁ ଉତ୍ସାହିତ ହୋଇପାରିବେ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।


Share It

Comments are closed.