କୁନି ବୟସରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବିସ୍ମୟ ବାଳିକା ଶ୍ରୀନିକା ପୁରୋହିତ


ଭୁବନେଶ୍ୱର: ପୁରା ଦେଶରେ ଅନେକ ଯୁବ ପ୍ରତିଭା ରହିଛନ୍ତି ଏବଂ ସେହିମାନଙ୍କ ଭିତରୁ ଜଣେ ହେଉଛନ୍ତି ବାଙ୍ଗାଲୁରୁର ୧୦ ବର୍ଷିୟା ଓଡ଼ିଶୀ ଡ୍ୟାନ୍ସର ଶ୍ରୀନିକା ପୁରୋହିତ । ଜଣେ ଏଭଳି ବିସ୍ମୟ ବାଳିକା ଯେକି ନୃତ୍ୟ ପ୍ରତି ଥିବା ତାଙ୍କର ଆବେଗ ଏବଂ ପ୍ରତିଭା ସହିତ ସାରା ଭାରତକୁ ଗୌରବାନ୍ୱିତ କରିଛନ୍ତି । ୟଙ୍ଗ ଜିନିୟସ୍ କାର୍ଯ୍ୟକ୍ରମର ଆଗାମୀ ଏପିସୋଡରେ ଶ୍ରୀନିକାଙ୍କୁ ଭେଟିବାକୁ ଯାଉଥିବା ବଲିଉଡ ଅଭିନେତା ରାଜ କୁମାର ରାଓ ମଧ୍ୟ ଶ୍ରୀନିକାଙ୍କର ଅନ୍‌-ଷ୍ଟେଜ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଓଡ଼ିଶାରୁ ଆସିଥିବା ଏହି ବିସ୍ମୟ ବାଳିକାଙ୍କୁ ଓଡ଼ିଶା ସମ୍ମାନ ପ୍ରଦାନ କରାଯାଇଛି ।
ଯେତେବେଳେ କାର୍ଯ୍ୟକ୍ରମର ହୋଷ୍ଟ ଆନନ୍ଦ ନରସିଂହ୍ମା ଶ୍ରୀନିକାଙ୍କୁ ଡ୍ୟାନ୍ସକୁ ନେଇ ତାଙ୍କର ଆଗ୍ରହ ସମ୍ପର୍କରେ ପଚାରିଥିଲେ ସେତେବେଳେ ଶ୍ରୀନିକା କହିଥିଲେ ଯେ, “ମୋର ମାଙ୍କ ପରଫରମାନ୍ସ ପରେ ମୁଁ ସାଧାରଣ ଭାବେ ଷ୍ଟେଜରେ ଦଉଡ଼ୁଥିଲି । ଷ୍ଟେଜରେ ମୁଁ ମୁକ୍ତ ଅନୁଭବ କରେ ଏବଂ କେବେ ମଧ୍ୟ ନର୍ଭସ ଅନୁଭବ କରେନାହିଁ । ମୁଁ ଷ୍ଟେଜକୁ ବହୁତ ଭଲପାଏ ଏବଂ ଏହାକୁ ନିଜର ଖେଳପଡ଼ିଆ ବୋଲି ଭାବେ । ଯେତେବେଳେ ଓଡ଼ିଶୀର ଗୁରୁଜନ ମୋତେ ବିସ୍ମୟ ବାଳିକା ଭାବେ ନାମିତ କରିଥିଲେ ସେତେବେଳକୁ ମୁୁଁ ମାତ୍ର ୩ ବର୍ଷର ଥିଲି ।”
ଶ୍ରୀନିକାଙ୍କ କାହାଣୀ ଶୁଣିବା ପରେ ବଲିଉଡରେ ନିଜର ଅଭିନୟ ତଥା ନୃତ୍ୟ ନିପୁଣତା ପାଇଁ ଜଣାଶୁଣା ଲୋକପ୍ରିୟ ଅଭିନେତା ରାଜ କୁମାର ରାଓ କହିଛନ୍ତି ଯେ ସେ ଯେତେବେଳେ ପ୍ରଥମେ ଷ୍ଟେଜକୁ ଯାଇଥିଲେ ସେତେବେଳେ ସେ ଭୟରେ ଥରିଯାଇଥିଲେ । “ଆମ ବିଦ୍ୟାଳୟରେ ଏକ ଡ୍ୟାନ୍ସ ପରଫରମାନ୍ସ ଥିଲା ଏବଂ ସିନିୟର ଝିଅମାନେ ପରଫର୍ମ କରୁଥିଲେ । ମୋତେ କେବଳ ଷ୍ଟେଜ ଉପରେ ଭଗବାନ ରାମଙ୍କ ରୂପେ ବସିବାର ଥିଲା । କିନ୍ତୁ ମୋ ଗୋଡ଼ ଭୟରେ ଥରୁଥିଲା ।”ବୋଲି ସେ କହିଛନ୍ତି ।
ଶ୍ରୀନିକା ପୁରୋହିତ ଏବଂ ରାଜ କୁମାର ରାଓଙ୍କର ମଧ୍ୟରେ ଏକ ରୋମାଂଚଭରା ବାର୍ତାଳାପକୁ ଆସନ୍ତା ଶନିବାର ଫେବୃଆରୀ ୬ ତାରିଖରେ ନ୍ୟୁଜ୧୮ ନେଟୱର୍କରେ ପ୍ରସାରିତ ହେଉଥିବା ବାଏଜୁସ୍ ୟଙ୍ଗ ଜିନିୟସର ଚତୁର୍ଥ ଏପିସୋଡରେ ଦେଖିପାରିବେ ଏବଂ ଫେବୃଆରୀ ୭ ତାରିଖରେ ଏହାର ରିପିଟ ଟେଲିକାଷ୍ଟ ମଧ୍ୟ ଦେଖିପାରିବେ ।


Share It

Comments are closed.