ଗର୍ଭବତୀଙ୍କୁ ୩କି.ମି ଷ୍ଟ୍ରେଚରରେ ବୋହି ଆଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କଳାହାଣ୍ଡି: ନୀକଟରେ ରାୟଗଡ଼ା ଜିଲ୍ଲାରେ ଦୁଇଟି ଘଟଣାରେ ୧୦୮ ଆମ୍ବଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ କାନ୍ଧରେ ବୋହି ଆଣି ପ୍ରଶଂସା ସାଉଁଟିଥିବାବେଳେ ଆଜି ସମାନ ଧରଣର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଘଟଣାନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡ଼ା ଗ୍ରାମର ପ୍ରମିଳା ନାଏକ ନାମକ ଜଣେ ଗର୍ଭବତୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସ ନୀକଟକୁ ଏକ ଫୋନ ଆସିଥିଲା । ଖବର ପାଇବା ପରେ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ଗାଁ ଅଭିମୁଖେ ବାହାରିଯାଇଥିଲା । ମାତ୍ର ଗାଁକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କି.ମି ଦୂର ପିପାଲଗୁଡ଼ା ଠାରେ ଅଟକି ରହିଥିଲା । ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର ଅଜୟ କୁମାର ଗହୀର ନିଜେ ଗାଁ ମଧ୍ୟକୁ ଚାଲି ଚାଲି ଯାଇ ଗ୍ରାମବାସୀ ଓ ଆଶାକର୍ମୀଙ୍କ ସହାୟତାରେ ଗର୍ଭବତୀଙ୍କୁ ୩.କି.ମି ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ । ଯାହାପରେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ ଚାଳକ ଅଜୟ କୁମାରଙ୍କୁ ତାଙ୍କର ଏଭଳି ମାନବିକତା ପାଇଁ ବେଶ୍ ପ୍ରଶଂସା କରାଯାଇଛି ।


Share It

Comments are closed.